Home ଓଡ଼ିଶା ଟିପିସିଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ରେ ଗ୍ରାହକଙ୍କୁ ବକେୟା ରାଶି ଉପରେ ଉଲ୍ଲେଖନୀୟ ରିହାତି ପ୍ରଦାନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୭ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଗ୍ରାହକମାନେ ବକେୟା ବିଦ୍ୟୁତ ବିଲ୍ ଉପରେ ୩୦% ପର୍ଯ୍ୟନ୍ତ ରିହାତି ସୁବିଧା ପାଇବେ ଓ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ଅତିରିକ୍ତ ୮୦% ରିହାତି ପାଇପାରିବେ ୨୦୨୩ ଜୁଲାଇ ୩୧ରେ ସ୍କିମ୍ ଅବଧି ଶେଷ ହେବ ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି ଯାହାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଅନୁମୋଦନ ମିଳିଛି । ସୁଚିନ୍ତିତ ଭାବେ ପ୍ରସ୍ତୁତ ଏହି ଯୋଜନାର ଲକ୍ଷ୍ୟ ହେଉଛି ମୂଲ୍ୟବାନ ଗ୍ରାହକଙ୍କୁ ସେମାନଙ୍କ ଅତୀତ ବକେୟା ପ୍ରଦାନ କରିବାରେ ଆଶ୍ୱସ୍ତି ଓ ସହାୟତା ପ୍ରଦାନ କରିବା । ଏହି ସ୍କିମ୍ରେ ଯୋଗ୍ୟ ଗ୍ରାହକମାନେ ୨୦୨୦ ମେ’ ୩୧ ସୁଦ୍ଧା ଥିବା ବକେୟା ବିଦ୍ୟୁତ ବିଲ୍ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ନିର୍ଦ୍ଦିଷ୍ଟ ଭାବେ ଦୀର୍ଘଦିନରୁ ବିଦ୍ୟୁତ ବିଲ୍ ବକେୟା ରଖିଥିବା ସମସ୍ତ ଲୋ ଟେନ୍ସନ୍ ବିଦ୍ୟୁତ ଗ୍ରାହକମାନେ ସେମାନଙ୍କ ଅତୀତ ବକେୟାର ମୂଳ ରାଶି ଉପରେ ଏକକାଳୀନ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ସେମାନେ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ଅତିରିକ୍ତ ୮୦% ରିହାତି ମଧ୍ୟ ପାଇପାରିବେ । ସେହିପରି, ସମସ୍ତ ହାଇଟେନ୍ସନ୍ ଓ ଏକ୍ସଟ୍ରା ହାଇ ଟେନ୍ସନ୍ ଗ୍ରାହକମାନେ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ୬୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଦୀର୍ଘଦିନରୁ ବିଦ୍ୟୁତ ବିଲ୍ ବକେୟା ଥିବା ଗ୍ରାହକଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରିତ ଓ ସହଜ କରିବା ପାଇଁ ଟିପିସିଓଡିଏଲ୍ ଗ୍ରାହକ ସେବା କେନ୍ଦ୍ର, ସବ୍ ଡିଭିଜନାଲ/ ଡିଭିଜନାଲ/ ସେକ୍ସନ ଅଫିସରେ ତତ୍କାଳ ପଞ୍ଜୀକରଣର ଶୁଭାରମ୍ଭ କରାଯାଇଛି । ଗ୍ରାହକମାନେ ଦେୟମୁକ୍ତ ନମ୍ବର ୧୯୧୨/୧୮୦୦-୩୪୫- ୭୧୨୨କୁ କଲ୍ କରି ମଧ୍ୟ ପଞ୍ଜୀକରଣ କରିପାରିବେ । ଗ୍ରାହକମାନେ ୯୧୨୪୯୯୮୭୨୯କୁ ହ୍ୱାଟସ୍ଆପ୍ କରି ମଧ୍ୟ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣ ପ୍ରକ୍ରିୟାରେ ଆମ ‘ଗାଁ ଚାଲ’ ଶିବିର ମଧ୍ୟ ବିଶେଷ ସହାୟତା ପ୍ରଦାନ କରୁଛି । ଏହି ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଯୋଜନା ର ବିବରଣୀ ବିଷୟରେ ସମସ୍ତ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଗଣମାଧ୍ୟମ ଜରିଆରେ ସୂଚିତ କରାଯାଉଛି । ଏହି ସ୍ୱତନ୍ତ୍ର ଯୋଜନା ର ଲାଭ ହାସଲ କରିବାର ଶେଷ ତାରିଖ ହେଉଛି୨୦୨୩ ଜୁଲାଇ ୩୧ । ଏହି ଓଟିଏସ୍ ଯୋଜନା ଦୀର୍ଘଦିନରୁ ବିଦ୍ୟୁତ ବିଲ୍ ବକେୟା ଥିବା ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ସୁବିଧା ସହିତ ସେମାନଙ୍କ ବକେୟା ପରିଶୋଧ କରିବାର ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି । ଯେହେତୁ ଏହି ଯୋଜନା ସୀମିତ ସମୟ ପାଇଁ ଉପଲବ୍ଧ ହୋଇଛି, ତେଣୁ ବକେୟା ବିଦ୍ୟୁତ ବିଲ୍ ଥିବା ଗ୍ରାହକମାନଙ୍କୁ ତୁରନ୍ତ ପଞ୍ଜୀକରଣ କରିବା ଏବଂ ଏହି ଯୋଜନା ଅଧୀନରେ ଥିବା ଲୋଭନୀୟ ସୁବିଧାର ଲାଭ ହାସଲ କରିବା ଲାଗି ଆମେ ସେମାନଙ୍କୁ ଆହ୍ୱାନ ଦେଉଛୁ । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026