
୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ସାରା ଭାରତ ବର୍ଷରେ ବିଶ୍ୱରେ ମଣିପୁରର ଘଟଣାକୁ ନେଇ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି । ଗତ ମଇ ୩ ତାରିଖ ଦିନ ମଣିପୁର ୩ ଜଣ କୁକୀ ସଂପ୍ରଦାୟ ଆଦିବାସୀ ମହିଳାଙ୍କୁ ମୈତେଇ ସଂପ୍ରଦାୟର ଲୋକମାନେ ପୁଲିସ ହେପାଜତରୁ ଛଡ଼ାଇ ନେଇ ତାଙ୍କୁ ସଂପୂର୍ଣ୍ଣ ଉଲଗ୍ନ କରି ହଜାର ହଜାର ଲୋକଙ୍କ ସମ୍ମୁଖରେ ଚଲାଇ ଚଲାଇ ନେଲେ ଏବଂ ତାଙ୍କ ପରିବାରବର୍ଗ ପ୍ରତିବାଦ କରିବାକୁ ତାଙ୍କୁ ଜୀବନ୍ତ ମାରିଦେବା ସହିତ ଏହି ୩ ଜଣଙ୍କୁ ମଧ୍ୟ ଗଣଦୁର୍ଷ୍କମ କଲାଗଲା । ଏହି ଘଟଣାକୁ ନେଇ ପୁଲିସ ଷ୍ଟେସନରେ କେସ୍ କଂପ୍ଲେନ୍ ରେଜିଷ୍ଟ୍ରେସନ କରଗଲା କିନ୍ତୁ ଅତ୍ୟନ୍ତ ଦୁଃଖ ଓ ବିଡ଼ମ୍ବନା କଥା ଏହି ଘଟଣାକୁ ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜାଣିଶୁଣି ଚାପି ରଖିଥିଲେ ।
ପ୍ରଧାନମନ୍ତ୍ରୀ ଦୀର୍ଘ ୮୩ ଦିନ ପର୍ଯ୍ୟନ୍ତ ଏ ଘଟଣା ବାବଦରେ ପଦୁଟିଏ ବି ମୁହଁ ଖୋଲୁ ନାହାନ୍ତି ଏପରିକି ବି ୫ ଦିନ ସଂସଦ ଚାଲିଲେ ମଧ୍ୟ ଏବଂ ସମସ୍ତ ବିରୋଧି ଦଳଙ୍କ ଦାବି ସତ୍ୱେ ପ୍ରଧାନମନ୍ତ୍ରୀ ସଂସଦକୁ ଆସୁନାହାନ୍ତି କି ଉତର ରଖୁନାହାନ୍ତି । ଏ ଶତାଦ୍ଦିର ସବୁଠାରୁ କଳଙ୍କିତ, ଅମାନବୀୟ ଓ ଲୋମହର୍ଷଣକାରୀ ଘଟଣାକୁ ପ୍ରତିବାଦ କରି ଆଜି ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ଶହ ଶହ ମହିଳା କଂଗ୍ରେସ କର୍ମୀ କେନ୍ଦ୍ର ସରକାର ଏବଂ ମଣିପୁର ସରକାର ବିରୋଧରେ ଖୁବ୍ ବର୍ଷିଥିଲେ । ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନଜାରି ହେଉ ବୋଲି ଦାବି କରିଥିଲେ । କିଏ କାହିଁକି ଓ କେଉଁମାନେ ଏ ଘଟଣାକୁ ଚାପି ରଖିଥିଲେ । ଏ ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନରେନ୍ଦ୍ର ମୋଦୀ ସରକାର ବେଟି ପଢ଼ାଓ ଓ ବେଟୀ ବଚାଓ ନାରା ଦେଉଥିଲାବେଳେ ତାଙ୍କ ଦଳର ଅଧିକାଂଶ ମନ୍ତ୍ରୀ, ନେତା ଓ ମହିଳା ଦୁର୍ଷମରେ ଅଭିଯୁକ୍ତ ।
