୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପୂର୍ତ୍ତି ଉତ୍ସବ ତଥା ସ୍ବର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୭ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ମହା ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ, ପରିଚାଳନା ସମିତି, ଛାତ୍ର ଛାତ୍ରୀ ଓ କର୍ମଚାରିଙ୍କ ମିଳିତ ସହଯୋଗ ରେ ବୁଧବାର ଦିନ ମହା ବିଦ୍ୟାଳୟର ପରିସର ମଧ୍ୟ୍ୟରେ ହୀରକ ଜୟନ୍ତୀ ମହାସମାରୋହରେ ପାଳନ ହୋଇ ଯାଇଛି।ଏହି ଅବସରରେ ମହା ବିଦ୍ୟାଳୟର ପୁରାତନ ଛାତ୍ର ତଥା ବର୍ତ୍ତମାନ ପୁରାତନ ଛାତ୍ର ସଂଘର ସଭାପତି ପୂର୍ବତନ ମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ମାନସିଂହଙ୍କ ସଭାପତିତ୍ଵରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଦାବରୀଶ ମହା ବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ମହା ବିଦ୍ୟାଳୟର ସଭାପତି ଶ୍ରୀମତୀ ବିଜୟା ବନ୍ଧନା ରାଉତରାୟ, ଅବସର ପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ,
ପୁରାତନ ଛାତ୍ର ସଙ୍ଗର କାର୍ଯ୍ୟକାରି ସଭାପତି ନୃସିଂହ ଚରଣ ପ୍ରଧାନ,ପୁରାତନ ଛାତ୍ର ସଂଘର ସହ ସମ୍ପାଦକ ସର୍ବେଶ୍ଵର ଷଡ଼ଙ୍ଗୀ, ମହା ବିଦ୍ୟାଳୟ ଅଧ୍ୟାପିକା ସୁଜାତା ମିଶ୍ର ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ, ପୁରାତନ ଛାତ୍ର ସଂଘର ସହ ସମ୍ପାଦକ ମହେଶ୍ୱର ଜେନା ଯୋଗଦେଇ ବିଦ୍ୟାଳୟ କିପରି ଭାବେ ଆଗକୁ ଆହୁରି ଉର୍ନତି ହୋଇ ପାରିବ ଅତିଥିମାନେ ଆଲୋକପାତ କରିଥିଲେ । ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ସଭାର ପରିଶେଷରେ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l