ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଭବାନୀପାଟଣା ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ

୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- ଭବାନୀପାଟଣା ଜନସ୍ବାସ୍ଥ୍ୟ ବିଭାଗର କୋଟିପତି ସହକାରୀ ଯନ୍ତ୍ରୀ ଆଜି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡିଛନ୍ତି। କଳାହାଣ୍ଡି ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତିନି ଠିକଣାରେ ରେଡ ମାରିଛି ଭିଜିଲାନ୍ସ ଟିମ। ଭବାନୀପାଟଣା ମନ୍ଦାରବଗିଚା ପଡାସ୍ଥିତ ତିନି ମହଲା ଘର, ନର୍ଲା ବ୍ଳକ ଅନ୍ତର୍ଗତ ବଲବସପୁର ଗ୍ରାମସ୍ଥିତ ପୈତୃକ ଘର ଓ ଭବାନୀପାଟଣା ସରକାରୀ କାର୍ଯ୍ୟାଳୟରେ ମଧ୍ୟ ରେଡ କରିଛି ଭିଜିଲାନ୍ସ ଟିମ।

ରେଡ ବେଳେ କିଶୋରଙ୍କ ବିଭିନ୍ନ ବ୍ୟାଙ୍କ ଏକାଉଣ୍ଟରେ ୧ କୋଟି ୮୦ ଲକ୍ଷ ଟଙ୍କା ଡିପୋଜିଟ କରାଯାଇଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ଟିମ। ୧୦,୫୦୦ ସ୍କୁଏର ଫୁଟ ମଧ୍ୟରେ ନିର୍ମିତ ତିନି ମହଲା ଘର, ଦୁଇ ଗୋଟି ପ୍ଲଟ, ୨୩୫ ଗ୍ରାମ ସୁନା, ୭୦୦ ଗ୍ରାମର ରୂପା ଗହଣା ସହ ଦୁଇ ଗୋଟି ମୋଟରସାଇକେଲକୁ ଜବତ କରିଛି ଭିଜିଲାନ୍ସ ଟିମ। ରେଡ ଜାରି ରହିଥିବା ବେଳେ ସମ୍ପତ୍ତିର ପରିମାଣ ବଢିପାରେ ବୋଲି ଭିଜିଲାନ୍ସ ଟିମ କହିଛି। କୋରାପୁଟ ଜିଲ୍ଲା ଜୟପୁର ଡିଭିଜନର ଟିମ ଚଢ଼ାଉରେ ସାମିଲ ହୋଇଥିବା ଜଣାପଡିଛି।

Exit mobile version