ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ 

୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ରାଜ୍ୟ କ୍ୟାବିନେଟ୍ର ୬୨ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗଦାନ କରିଥିଲେ । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ପ୍ରଥମେ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ରାଜ୍ୟ କ୍ୟବିନେଟ୍‌ରେ ଗୃହିତ ମିଶନ ଶକ୍ତି ସ୍କୁଟର ଯୋଜନା ଏବଂ ନୂଆ ଯୋଜନା ବନସୂରକ୍ଷା ସମିତି ଗୃହ ନିର୍ମାଣ ସଂପର୍କରେ ସୂଚନା ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସମବାୟ ବ୍ୟାଙ୍କ ଗୁଡ଼ିକୁ କୃଷି ଋଣ ସୁଧ ସବସିଡି/ ରିହାତି ସଂପର୍କରେ କ୍ୟାବିନେଟ ନିଷ୍ପତ୍ତିର ସୂଚନା ଦେଇଥିଲେ ।

ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଅନ୍ୟ ସମସ୍ତ ୧୪ ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ଦ୍ୱାରା ସ୍ୱୀକୃତି ଲାଭ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆଜିର କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ମୋଟ ୧୭ ଟି ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ସଦୟ ବିଚାର ପୂର୍ବକ ସମସ୍ତ ପ୍ରସ୍ତାବ ଗୁଡିକ ସ୍ୱୀକୃତି ଲାଭ କରିଛି । ବୈଠକରେ ନିମ୍ନଲିଖିତ(ସଂଲଗ୍ନ) ପ୍ରସ୍ତାବ ମାନ ଆଗତ କରାଯାଇ ଅନୁମୋଦନ କରାଯାଇଥିଲା .

Exit mobile version