ତପସ୍ୟା ଶିଶୁ ଗୃହରେ ପାଠ୍ୟ ଉପକରଣ ବଣ୍ଟିଲେ ପ୍ରଶାନ୍ତ କୁମାର ପଟ୍ଟନାୟକ

୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :- ନୟାଗଡ଼ ନିକଟସ୍ଥ ଘଡୁଆଳ ତପସ୍ୟା ଶିଶୁ ଗୃହରେ ନୟାଗଡ଼ ପୁରୁଣା ସହର ନିବାସୀ ସମାଜସେବୀ ତଥା କଣ୍ଟ୍ରାକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ ଶିଶୁ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଛନ୍ତି । ଅନାଥ ଅସହାୟ ଶିଶୁ ମାନଙ୍କ ଶିକ୍ଷା ଅଧ୍ଯୟନରେ ସହଯୋଗ କରିବା ପାଇଁ ସମାଜସେବୀ ଅରୁଣ କୁମାର ମହାନ୍ତି ଦିନେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ ।

ଆଜି ସେହି ଅନୁରୋଧକୁ ରକ୍ଷାକରି ଅନାଥ ଶିଶୁ ମାନଙ୍କ ମୁହଁ ରେ ହସ ଫୁଟାଇବାସହ ଉପଯୁକ୍ତ ଶିକ୍ଷା ପାଇବା ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ସ୍କୁଲ ବ୍ଯାଗ୍,ବହି ଖାତା,ପେନ୍ ,ପେନସିଲ୍ ଆଦି ପାଠ୍ୟ ଉପକରଣ ଶିଶୁ ମାନଙ୍କୁ ବଣ୍ଟନ କରିଛନ୍ତି । ଏହି ମହତ୍ କାର୍ଯ୍ୟ ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ଯା ସନ୍ଧ୍ଯାରାଣୀ ପଟ୍ଟନାୟକ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି ।

Exit mobile version