ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କାର୍ଯ୍ୟାଳୟ ଠାରେ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଡ଼ିଆ ବ୍ଲକ ସମ୍ମୀଳନୀ କକ୍ଷରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ମହିଳା ଓ ଶିଶୁ ସୁରକ୍ଷା ବାବଦରେ ଆଲୋଚନା କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ, ବାଲ୍ୟ ବିବାହ ରୋକିବା , ମହିଳା ପ୍ରତି ହେଉଥିବା ଶୋଷଣକୁ ରୋକିବା ଓ କିଶୋର ସ୍ବାସ୍ଥ୍ୟର ଉନ୍ନତି ନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ପଡ଼ିଆ ବ୍ଲକରେ ଏକ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି ।

ପଡ଼ିଆ ସିଡିପିଓ ରୀନାରାଣୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡ଼ିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭରଞନ ମାଳି, ନିଲିଗୁଡା ସୁପରଭାଇଜର ଶାନ୍ତି କରସୁଦ୍ଧା ପଟ୍ଟନାୟକ, ପଡ଼ିଆ ସ୍ବାସ୍ଥ୍ୟ ବିଭାଗର ବିଜୟ କୁମାର ନାୟକ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଶିଶୁ, ମଙ୍ଗଳ, ସ୍ବାସ୍ଥ୍ୟ, ଶିକ୍ଷା ଓ ପୁଲିସ ବିଭାଗର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ ।

Exit mobile version