ଗଜପତିଜିଲ୍ଲା ରୁବିହାର କୁଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୫୮୭କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ ଜଣେ ଗିରଫ

୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରୁ ବିହାର ରାଜ୍ୟକୁ ବେଆଇନ ଭାବେ ଧୋବଜା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ବେଳେ ଗଜପତି ଗଞ୍ଜାମ ସୀମାନ୍ତରେ ପାଟପୁର ପୋଲିସ ତପ୍ତପାଣି ଘାଟି ନିକଟସ୍ଥ ରାଜନାପଲ୍ଲୀ ଠାରେ ଚଢ଼ାଉ କରିଥିବା ଜଣାପଡିଛି । ତେବେ ଉକ୍ତ ଚଢ଼ାଉ ସମୟରେ ପୋଲିସ ୧୭ ଗୋଟି ଗଞ୍ଜେଇ ବସ୍ତାରୁ ୫୮୭କେଜି ୯ସହ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଟ୍ରକ ଚାଳକକୁ ଗିରଫ କରିପାରିଛି । ଗିରଫ ଚାଳକ ଜଣକ ହେଲେ ବିହାର ରାଜ୍ୟ ପାଟନା ଜିଲ୍ଲା ସଲିମପୁର ଥାନା ରାମନଗର ଗ୍ରାମର ମଧୁସୂଦନ କୁମାର ସିଂ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଏହିକି ଯେ ଗଞ୍ଜେଇ ଚାଷ ର ଦୁର୍ଗ ଭାବେ ପରିଚିତ ଥ‌ିବା ଗଜପତି ଜିଲ୍ଲାରୁ ବିଭିନ୍ନ ସମୟରେ ଗଞ୍ଜେଇ ମାଫିଆ ମାନେ ଅଭିନବ ଉପାୟରେ ବେଆଇନ ଭାବେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ବିହାର ରାଜ୍ୟକୁ ଚୋରାଚାଲାଣ କରୁଥିବା ନଜର ଆସୁଥ‌ିବା ବେଳେ ପୋଲିସ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ତେବେ ଗତକାଲି ପୁଣିଥରେ ଏକ ଟ୍ରକ ( ବି ଆର୍ ୦୬ ଜିବି ୫୫୦୮) ଯୋଗେ ଗଜପତି ଜିଲ୍ଲାରୁ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଥ‌ିବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଏସ୍ ଆଇ ଶ୍ରୀନିବାସ ଦାସ ଏବଂ ଏ ଏସ୍ ଆଇ ପରମେଶ୍ବର ମଳିକ ଟ୍ରକକୁ ଅଟକାଇ ଗାଡ଼ିର ତଲାସୀ କରିଥିଲେ ।

ତେବେ ଉକ୍ତ ଟ୍ରକରେ ବହୁ ଧୋବଜା ବସ୍ତା ଭିତରେ କିଛି ଗଞ୍ଜେଇ ବସ୍ତା ଲୁଚି ରହିଥ‌ିବା ଜାଣି ପାରିଥିଲେ । ଘଟଣାପରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ ମାପ ପରେ ସେଥ‌ିରେ ୫୮୭ କେଜି ୯୦୦ ଗ୍ରାମ ଗଞ୍ଜେଇ ରହିଥ‌ିବା ପୋଲିସର ତଦନ୍ତରୁ ଜଣାପଡ଼ିଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ୮୦ ଲକ୍ଷରୁ ଉର୍ଦ୍ଧ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏନେଇ ପାଟପୁର ଥାନା ମାମଲା ନଂ ୪୬୨/୨୩ ଦଫା ୨୦(ବି) ଆଇଆଇ(ସି) ଏନ୍ ଡିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ ପରେ ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

Exit mobile version