ଗୋଷାଣୀ ବ୍ଲକ ନୂଆ କେରାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ଡାଏରି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଗୋଶାଣୀ ବ୍ଳକ ର ବିଡ଼ିଓ ଟି. କିଶୋର କୁମାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ମୋ ଡାଏରି ଓ ଷ୍ଟୁଡେଣ୍ଟ ନୋଟ ବୁକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ମୋ ଡାଏରି ଓ ଷ୍ଟୁଡେଣ୍ଟ ନୋଟ ବୁକ କାର୍ଯ୍ୟକ୍ରମ ବ୍ଳକର ସମସ୍ତ ବିଦ୍ୟାଳୟରେ କରାଯାଇଛି ।

ଏହି ଅବସରରେ ନୂଆ କେରାଣ୍ଡି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍ ରବି କୁମାରଙ୍କ ସଭାପତିତ୍ୱରେ କେରାଣ୍ଡି ପଞ୍ଚାୟତର ସରପଞ୍ଚ ଏରୁସୁ ଦଣ୍ଡପାଣି ସମିତି ସଭ୍ୟ ଡି. ଧର୍ମା ରାଓ, ଏସ ଏମ୍ ସି ସଭାପତି ଲିଙ୍ଗରାଜ ପାତ୍ର ଓ ସ୍ଥାନୀୟ ୱାଡ଼ ମେମ୍ବର ମାନେ ଯୋଗ ଦେଇ ମୋ ଡାଏରି ଓ ଷ୍ଟୁଡେଣ୍ଟ ନୋଟ ବୁକ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version