୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଢେଙ୍କାନାଳ ଜିଲ୍ଲା :- ଗଁଆଦିଆ ବ୍ଲକ ରେ ଘଟିଯାଇଛି ହୃଦୟ ବିଦାରକ ଘଟଣା ମଣିଷ ମଣିଷ କୁ ଧୋକା ଦେଉଥିବା ବେଳେ ଗୋଟିଏ ପଶୁ ମାଲିକ କୁ ବଂଚେଇ ବାକୁ ଯାଇ ନିଜ ପ୍ରାଣକୁ ବଳି ଦେଇଥିବା ଦେଖିବାକୁ ମିଳିଛି, ହାତୀ ଓ ମଣିଷ ଭିତରେ ଚାଲିଛି ଲଢେଇ କେତେବେଳେ ମଣିଷର ଜୀବନ ଯାଉଛି ତ କେତେବେଳେ ହାତୀର. ଆଜି କିନ୍ତୁ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି l ଗଁଦିଆ ବ୍ଲକ ଖାଙ୍କିରା ପଂଚାୟତ ଛୋଟ ତେନ୍ତୁଳି ଗାଁ ରେ ଆଜି ଭୋର ୪ ଟା ସମୟରେ ଏକ ଦନ୍ତା ରାଜ କିଶୋର ମହାନ୍ତ ଘରେ ପଶି ତାଙ୍କ ମା’ ଉର୍ବଶୀ ମହାନ୍ତ ଙ୍କୁ ଆକ୍ରମଣ କରିବା ସମୟରେ ଘରର ବିଶ୍ଵସ୍ତ ବଳଦ ସାହୁକାର କୁ ବଞ୍ଚେଇବାକୁ ଯାଇ.
ନିଜ ଜୀବନକୁ ବାଜି ଲଗେଇ ଦେଇଥିଲା. ପାଖା ପାଖି ୫ ରୁ ୧୦ ମିନଟ୍ ଚାଲିଥିଲା ଏ ଲଢେଇ. ଏଥି ମଧ୍ୟରେ ବୃଦ୍ଧା ମାଲିକ ଜଣକ ନିଜ ଜୀବନ ବଞ୍ଚାଇ ସେଠାରୁ ଖସି ଚାଲି ଯାଇଥିଲେ . ବୃଦ୍ଧା ଙ୍କ ଜୀବନ ସିନା ବଞ୍ଚିଗଲା. କିନ୍ତୁ ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ବଳଦ ର ଅନ୍ତବୁଜୁଳା ବାହାରି ପଡିଥିଲା. କିଛି ସମୟ ମଧ୍ୟରେ ଗ୍ରାମବାସୀ ପହଞ୍ଚି ହୋ.ହାଲା .. କରିବାରୁ ହାତଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା. ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ଓ ଢେଙ୍କାନାଳ ପ୍ରାଣୀ ଚିକିତ୍ସାଳୟ ଡାକ୍ତରୀ ଟିମ୍ ଆସି ପହଞ୍ଚିଥିଲେ.
ଡାକ୍ତରୀ ଟିମ୍ ନିଜ ପାରୁ ପର୍ଯ୍ୟନ୍ତ ବଳଦ ଟିକୁ ବଞ୍ଚାଇବା କୁ ଅସ୍ତ୍ର ପଚାର ଆରମ୍ଭ କରି ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟ ବସତଃ ଚିକିତ୍ସା ସମୟରେ ବଳଦ ଟି ଆଖି ବୁଜି ଦେଇଥିଲା. ବର୍ତ୍ତମାନ ଚାଷ ର ସମୟ.. ଜଣେ ଚାଷୀ ପାଇଁ ବଳଦ କେତେ ଆବଶ୍ୟକ ତାହା ଆପଣମାନେ ନିଶ୍ଚିନ୍ତ ଜାଣି ପାରୁଥିବେ.. ଦୁଇ ପଟ ବଳଦ ରୁ ପଟେ ଚାଲିଗଲେ ଜଣେ ଚାଷୀ ଚାଷ କରିବ ବା କେମିତି. ଚାଷୀର ଆଶାବାଡ଼ି କହିଲେ ବଳଦ l
