ପୂର୍ତ୍ତ ବିଭାଗ ରାସ୍ତା ରେ ଗର୍ତ୍ତ

୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଢେ଼ଙ୍କାନାଳ ଜିଲ୍ଲା :-  ଭୁବନ ୨୫.୭- ଭୁବନ ରୁ ଜିଲ୍ଲା ହେଡ କ୍ୱାଟର ଢେ଼ଙ୍କାନାଳ କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ର ବିଭିନ୍ନ ସ୍ଥାନରେ ଗର୍ତ୍ତ ହୋଇଥିବାରୁ ଯାତାୟାତ ରେ ସମସ୍ୟା ଉପୁଜିବା ସହିତ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟୁଛି ।ଭୁବନ ଏନ୍ ଏ ସି ଅନ୍ତର୍ଗତ କାଲୁଣି ପୋଖରୀ ଛକ,ରଗଡ଼ି ପୋଲ ଓ ପୁରୁଷତ୍ତମପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ବାଇକ ଆରୋହୀ ମାନେ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି ।

 

ଏହି ରାସ୍ତାରେ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା, ଇଟା ପଥର ବୋଝେଇ ଟ୍ରକ ସମେତ ଢେ଼ଙ୍କାନାଳ , କଟକ କୁ ଅନେକ ଯାତ୍ରୀବାହୀ ବସ ଚଳାଚଳ କରୁଛି । ତା ସହିତ ଏହି ରାସ୍ତାରେ ଦୈନିକ ଶତାଧିକ ବାଇକ, କାର ମଧ୍ୟ ଚାଲୁଛି । ଖାଲ ଖମା ରାସ୍ତା ସାଙ୍ଗ କୁ ଗର୍ତ୍ତ ଯୋଗୁ ସମସ୍ୟା ଉପୁଜିଛି। ବର୍ଷା ଯୋଗୁଁ ଖାଲ ଗୁଡିକରେ ପାଣି ଜମି ରହିଥିବାରୁ ବାଇକ ଆରୋହୀ ଓ କାର ଚାଳକ ମାନେ ଜାଣି ନପାରି ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି।

Exit mobile version