ବଡ଼ଗାଁ ବରପାଲିର ବାସୁଦେବ ପ୍ରଧାନଙ୍କୁ ଉତ୍କଳ କଳାରତ୍ନ ସମ୍ମାନରେ ସମ୍ମାନିତ

୨୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଡ଼ଙ୍ଗରପଡା :- ଲିଙ୍ଗରାଜ ଉଚ୍ଚ ମଧ୍ୟ ଇଂରାଜୀ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଖାଡେଙ୍ଗା ବିବରଣୀ ପାଠ କରିଥିଲେ । ଉଦଯାପନୀ ଉତ୍ସବ ରେ ଭୁବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ,ଭାବେ ଯୋଗ ଦେଇଥିଲେ ।

ଆୟୋଜିତ ଉତ୍ସବରେ ବରଗଡ଼ ଧନୁଯାତ୍ରା ର କଂସ ଭୂମିକାରେ ଅଭିନୟ କରିଆସୁଥିବା ,ବରଗଡ଼ ଜିଲ୍ଲା ବରପାଲି , ଗୋପାଇପାଲି ବଡ଼ଗାଁ ର ଲୋକ କଳାର ଜଣେ ଶ୍ରେଷ୍ଠ କଳାକାର ବାସୁଦେବ ପ୍ରଧାନ ଙ୍କୁ ଖୋର୍ଦ୍ଧା ଡ଼ଙ୍ଗରପଡା ଲିଙ୍ଗରାଜ ଉଚ୍ଚ ମଧ୍ୟ ଇଂରାଜୀ ବିଦ୍ୟାଳୟର ରୌଇ ଜୟନ୍ତୀ ସମାରୋହରେ ରାଜ୍ୟସ୍ତରୀୟ ଉତ୍କଳ କଳାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ମୁଖ୍ୟ ଅତିଥି ସାସଂଦ ଅପରାଜିତା ଷଡ଼ଙ୍ଗୀ ବାସୁଦେବ ପ୍ରଧାନଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ପୂର୍ବତନ ବିଧାୟକ, ଆଲୁମୂ କମିଟିର ସଂପାଦକ , ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଆଲୁମିନିୟମ କମିଟିର ସମସ୍ତ ସଦସ୍ୟ, ଛାତ୍ରଛାତ୍ରୀ , ଜନସାଧାରଣ ଯୋଗ ଦେଇଥିଲେ । ଶେଷରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

Exit mobile version