ନୟାଗଡ଼ ବୃଦ୍ଧାଶ୍ରମ ସମର୍ପଣ ଗୃହର ଅନ୍ତେବାସୀ ଅମରୀ ବେଓ୍ବାଙ୍କର ଦେହାନ୍ତ

୨୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ଯାହାର କେହି ନାହିଁ, ତା’ପାଇଁ ଈଶ୍ବର ଅଛନ୍ତି। ଦୀର୍ଘ ୨୦ ରୁ ୨୫ ବର୍ଷତଳେ ଇଟାମାଟି ଟାଙ୍ଗି ପୋଖରୀ ହୁଡାରେ ବାସ କରୁଥିବା ଅମରୀ ବେଓ୍ବାଙ୍କର ପରିବାର ବଜ୍ରପାତରେ ନିଶ୍ଚିହ୍ନ ହୋଇ ଯାଇଥିଲା।କେବଳ ବର୍ତ୍ତି ଯାଇଥିଲା ଅମରୀ ବେଓ୍ବା।ପରଘରେ ବାସନ ମାଜି ଚଳି ଯାଉଥିଲା ସେ ।ଯେତେବେଳେ ବାର୍ଦ୍ଧକ୍ଯ ଜନିତ ପୀଡାରେ କାମ କରି ପାରିଲା ନାହିଁ।ସେତେବେଳେ ସମର୍ପଣ ବୃଦ୍ଧାଶ୍ରମ ହୋଇ ଗଲା ତାଙ୍କର ଆଶ୍ରୟସ୍ଥଳ। ଦୀର୍ଘ ୦୪ ବର୍ଷ ହେଲା ସେ ସମର୍ପଣରେ ରହିଆସୁଥିଲା। ପ୍ରବଳ ସ୍ବାଶ ରୋଗ ସହିତ କରୋନାରେ ଦୁଇ ଦୁଇ ଥର ଆକ୍ରାନ୍ତ ହୋଇ ଜୀବନ ଯୁଦ୍ଧରେ ବିଜୟ ଲାଭ କରି ଅମରୀ ନାଁ ର ସାର୍ଥକତା ପ୍ରତିପାଦନ କରିଥିଲେ। ୬ମାସ ତଳେ ହଠାତ୍ ଅସୁସ୍ଥ ହୋଇ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ।ପାରାଲିସିସ୍ ହୋଇଯିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ୦୫ ମାସହେଲା ଆଶ୍ରମକୁ ଫେରିଆସିଥିଲେ। ଶଯ୍ଯାଶାୟୀ ହୋଇ ଆଶ୍ରମ କର୍ମଚାରୀମାନଙ୍କ ସେବାଯତ୍ନରେ ରହିଆସୁଥିଲେ ।

ଆଜି ସକାଳ ସମୟରେ ଅମରୀ ମାଉସୀ ସମସ୍ତଙ୍କୁ ଛାଡି ଇହଲୀଳା ସମ୍ବରଣ କଲେ। ତାଙ୍କ ଦେହାନ୍ତ ଖବର ପାଇ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ସମର୍ପଣ ସଭାପତି ତଥା ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର ଓ ନବଘନପୁର ସରପଞ୍ଚ ଚିତ୍ତରଂଜନ ଭଞ୍ଜ ଓ ସମର୍ପଣ କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ଗଭୀର ସମବେଦନା ଜଣାଇଥିଲେ। ସମର୍ପଣ ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଶବ ସଂସ୍କାର କାର୍ଯକ୍ରମ ଆୟୋଜନ କରାଯାଇଥିଲ ବେଳେ ନୟାଗଡ଼ ମୁନିସିପାଲିଟିର କାର୍ଯ୍ଯ ନିର୍ବାହୀ ଅଧିକାରୀଣୀ ସୁଶ୍ରୀ ସ୍ବାତୀ ମିଶ୍ର ମହାପ୍ରୟାଣ ଗାଡି ପଠାଇବା ସହିତ ସଂସ୍କାର ପାଇଁ ଶ୍ମଶାନକୁ ଆବଶ୍ଯକ କାଠ ପଠାଇ ସହଯୋଗ କରିଥିଲେ।

ସମର୍ପଣ ପରିଚାଳନା କମିଟିର କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, କାର୍ଯ୍ଯ ନିର୍ବାହୀ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ପୂର୍ବତନ ସଂପାଦକ ଦାମୋଦର ସାହୁ,ସଦସ୍ଯ ମିହିର ରଂଜନ ନାୟକ, ଶ୍ରୀକାନ୍ତ ପଟ୍ଟନାୟକ, ମଦନମୋହନ ମହାପାତ୍ର,ଦୁର୍ଯୋଧନ ସାହୁ,ସମାଜସେବୀ ତଥା ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ,ସମାଜସେବୀ ଉମାକାନ୍ତ ମହାପାତ୍ର,ସୁରେଶ ମହାନ୍ତି, ପିଣ୍ଟୁ,ଆଶ୍ରମ ମ୍ଯାନେଜର ସୀତାରାମ ପ୍ରଧାନ,କର୍ମଚାରୀ ମାନସ କୁମାର ନାୟକ ଆଦିଙ୍କ ପୂର୍ଣ୍ଣ ସହଯୋରେ ସଂସ୍କାର କାର୍ଯ୍ଯକ୍ରମ ସଂପନ୍ନ ହୋଇଥିଲା।

Exit mobile version