ଜିଲ୍ଲା ପାଳଂକୁ ପେନସନ୍ ପାଇଁ ଦାବୀ ପତ୍ର ପ୍ରଦାନ 

୨୩ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ନୟାଗଡ଼ ଜିଲ୍ଲା ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ସମୂହର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ଜିଲ୍ଲା ପାଳଂକ କାର୍ଯାଳୟ ଆଗରେ ଅବସର ପରବର୍ତ୍ତୀ ସୁବିଧା ସୁଯୋଗ ପ୍ରାପ୍ତି ନିମନ୍ତେ  ରାଜ୍ଯ ସଂଘ ଡାକରାରେ ଧାରଣା ଦିଆଯାଇ ଜିଲ୍ଲାପାଳ ମହୋଦୟଙ୍କୁ ମୁଖ୍ଯ ମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ଦାବୀ ପୂରଣ  ନିମନ୍ତେ ଏକ ଦାବୀ ପତ୍ର ଦିଆଗଲା। ସଂଘ ସଭାପତି ଭାସ୍କର ଚନ୍ଦ୍ର  ପ୍ରଧାନ ଙ୍କ ଆବାହକତ୍ୱରେ ,ସଂପାଦକ ପ୍ରସନ୍ନ କୁମାର ରାୟ, ଉପସଭାପତି ଅନୁପମା ସାହୁ ଉପଦେଷ୍ଟା ନିରଞ୍ଜନ ରଣା, ପ୍ରସନ୍ନ ପାଇକରା ତଥା ପ୍ରଶାନ୍ତ ସାର୍,, ଫକୀର ସାର୍, କିଶୋର ସାର୍,କୈଳାସ ସାର୍,ଦଣ୍ଡପାଣି ସାର୍, ସୀମାଞ୍ଚଳ ସାର୍ ଆଦି ୫୦ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷା କର୍ମ ଚାରୀ ଧାରଣା ସହିତ ଦାବିପତ୍ର ପ୍ରଦାନ  ବେଳେ ଉପସ୍ଥିତ ଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ଯ ଏକ ଦାବୀ ପତ୍ର ଦିଆଗଲା। ଗତକାଲି ରାଜ୍ଯ ସରକାରଙ୍କ ୫ଟି ସଚିବ ବି, କେ ପାଣ୍ଡିଆନ ମହୋଦୟଙ୍କୁ ଜିଲ୍ଲା ସଂଘ ତରଫରୁ ରଣପୁର ମଣିନାଗ ମନ୍ଦିର ନିକଟରେ ଦାବୀ ପତ୍ର ଦିଆଯାଇ ଦାବୀ ପୂରଣ ନିମନ୍ତେ ଅନୁରୋଧ କରାଯାଇ ଥିଲା। ପ୍ରକାଶ ଥାଉକି ଏହିସବୁ ଅନୁଷ୍ଠାନ ରୁ ସାରା ରାଜ୍ଯ ରୁ ୫୦୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଓ କର୍ମ ଚାରୀ ୩୦ରୁ୩୫ବର୍ଷ ଅଲ୍ପ ବେତନରେ ସେବା ପ୍ରଦାନ କରି ଅବସର ପରେ ଟଙ୍କା ଟିଏ ବି ପେନସନ୍ ନ ପାଇ ଅତି ଦୟନୀୟ ଅବସ୍ଥା ରେ ଜୀବନ ଯାପନ କରୁଛନ୍ତି।

ବରିଷ୍ଠ ନାଗରିକ ମାନଙ୍କ  ପାଇଁ ସରକାରଙ୍କର ଅନେକ ସୁବିଧା ସୁଯୋଗ ଥିଲେ ମଧ୍ଯ ଏଭଳି ହତଭାଗ୍ୟ ମାନେ ସେ ସବୁରୁ ବଞ୍ଚିତ। ଏଣୁ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଅବସର ପରବର୍ତ୍ତୀ ପେନସନ୍ ଓ ଅନ୍ୟା ସମସ୍ତ ସୁବିଧା ଦେବା ନିମଂତେ ତୁରନ୍ତ ବିଚ଼ାର କରିବା ପାଇଁ ଆମ ଲୋକ ପ୍ରୀୟ ମୁଖ୍ଯ ମନ୍ତ୍ରୀ ମହୋଦୟଙ୍କୁ ବିନମ୍ର ନିବେଦନ। ନଚେତ ଆଗାମୀ ବିଧାନ ସଭା ଅଧିବେଶନ ସମୟରେ ବିଧାନ ସଭା ସମ୍ମୁଖ ରେ ଗଣ ଧାରଣା ସହିତ ସମୁହ ଅନଶନ କରାଯିବ।

Exit mobile version