ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ

୨୨ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ନିକଟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସଂଗଠନ ପକ୍ଷରୁ ବୀମା ରାଶିକୁ ଦୁଇ ରୁ ୫ ଲକ୍ଷକୁ ବୃଦ୍ଧି କରିବା ପାଇଁ ବହୁବାର ଦାବି କରାଯାଇଥିଲା

ଏ କ୍ଷେତ୍ରରେ ନେଇଥିବା ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି ଶ୍ରୀ ରଥ କହିଛନ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଧାରାବାହିକ ଭାବେ ପ୍ରକାଶ ପାଇ ଆସୁଥିବା ଏବଂ ଆରଏନଆଇ ଦ୍ବାରା ପଞ୍ଜିକୃତ ହୋଇଥିବା ସମ୍ବାଦପତ୍ରଗୁଡ଼ିକର ସମ୍ବାଦପତ୍ରଗୁଡ଼ିକର ସମ୍ପାଦକ ଓ ପ୍ରକାଶକମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିନାହାନ୍ତି ତେଣୁ ଏ ଦିଗରେ ରାଜ୍ୟ ସରକାର ବିଚାର କରିବେ ବୋଲି ଶ୍ରୀ ରଥ ମୁଖ୍ୟମନ୍ତ୍ରୀ ଓ ସୂଚନା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ, ରାଜ୍ୟ ପ୍ରେସ୍‌ ପରାମର୍ଶଦାତା କମିଟିର ମୁଖ୍ୟ ତଥା ସାଂସଦ ମାନସ ମଙ୍ଗରାଜଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି

Exit mobile version