ନୟାଗଡ ଜିଲ୍ଲାରେ ସ୍ୱାସ୍ଥ୍ୟ ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ : ଜିଲ୍ଲପାଳ

ଓଡିଶା ତାଜା ନ୍ୟୁଜ୍ (୨୭ ଜୁନ୍ ଶନିବାର ) ନୟାଗଡ ଜିଲ୍ଲା :- ସମଗ୍ର ଓଡିଶାରେ ସ୍ୱାସ୍ଥ୍ୟ ସେବାକୁ ଅଗ୍ରାଧିକାର ଭିତ୍ତିରେ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଥିବାବେଳେ ନୟାଗଡ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କୁ ବାସ୍ତବ ରୂପ ଦେବାପାଇଁ ଜିଲ୍ଲାପ୍ରଶାସନ ମଧ୍ୟ୍ୟ ଅଣ୍ଟା ଭିଡିଛି

ଏହି ପରିପ୍ରେକ୍ଷୀରେ ଜିଲ୍ଲପାଳ ଡା. ପୋମା ଟୁଡୁଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି ଏଥି ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସର୍ବେକ୍ଷଣ ଟିମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଯୋଜନାର ସର୍ଭେ ଆରମ୍ଭ କରିଛନ୍ତି

ଏହି ଟିମ ଆଶା କର୍ମୀ,ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଏ.ଏନ.ଏମ ମାନଙ୍କୁ ନେଇ ଗଠନ ହୋଇଛି ଏହି ଟିମ ଗାଁ ଗାଁ ବୁଲି ମ୍ୟାଲେରିଆ, ଝାଡା, ଥଣ୍ଡା, କାଶ, ଟିବି ଆଦି ରୋଗୀଙ୍କ ସମ୍ପର୍କରେ ସର୍ଭେ କରୁଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି

ଏପରିକି ଆବଶ୍ୟକ ବେଳେ ଜିଙ୍କ, ଓ. ଆର.ଏସ ପାଉଡର ଦିଆଯାଉଛି କି ନାହିଁ ତାର ମଧ୍ୟ ତଦାରଖ କରୁଛନ୍ତି ଥଣ୍ଡା, କାଶ ହେଲେ ସେମାନଙ୍କର କରୋନା ସନ୍ଦେହ ଦୂରୀଭୂତ ପାଇଁ ତୁରନ୍ତ ସ୍ୱାବ ନେଇ ଟେଷ୍ଟ କରିବା ପାଇଁ ପଠାଯାଉଥିବା ଜଣାପଡିଛି

ଏହି କାର୍ଯ୍ୟକ୍ରମ ଜୁନ 16 ରୁ ଆରମ୍ଭ ହୋଇଥିବାବେଳେ ଏହା ଆଗାମୀ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଚାଲିବ (ରିପୋର୍ଟ-ରାମ କୃଷ୍ଣ ରଥ )

Exit mobile version