ପୂର୍ବତନ ସମିତି ଅଧ୍ୟକ୍ଷା ରାଜେଶ୍ବରୀ କବାସୀଙ୍କ ବିୟୋଗ

୨୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ବିଜୁ ମହିଳା ସଭାନେତ୍ରୀ ତଥା ପୂର୍ବତନ ପଡ଼ିଆ ବ୍ଲକ ସମିତି ଅଧ୍ୟକ୍ଷା ଶ୍ରୀମତୀ ରାଜେଶ୍ବରୀ କଵାସୀଙ୍କ ଦେହାନ୍ତ ଘଟିଛି । କିଛି ଦିନ ପୂର୍ବରୁ ତାଙ୍କେ ଅସୁସ୍ଥ ଥିଲେ । ସେ ଭୂବନେଶ୍ବର ଏମ୍ସ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପରିବାର ଲୋକ ସେଠାରୁ ମର ଶରୀରକୁ ନିଜ ବାସଭବନ ପଡ଼ିଆକୁ ଆଣି ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ତାଙ୍କ ମୃତ୍ୟୁ ରେ ପଡ଼ିଆ ବ୍ଲକ ରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମ ଅବସରରେ ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ମାଲକାନଗିରି ଜ଼ିଲ୍ଲା ପୁର୍ବତନ ବିଧାୟକ ମାନସ ମାଡକାମି,ପୁର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି,ମାଲକାନଗିରି ପୌରାଧ୍ୟକ୍ଷ ମନୋଜ କୁମାର ବାରିକ,ସତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷ ତଥା ଜ଼ିଲ୍ଲା ବିଜୁ ଯୁବ ସଭାପତି ଆଡ଼ମା ରାବା,ସମାଜସେବି ତଥା ବରିଷ୍ଠ ନେତା ପ୍ରଭାକର ହନ୍ତାଳ,ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ଯମୁନା ମୁସାକୀ,ବିଜୁ ମହିଳା ଜନତା ଦଳ ମାଲକାନଗିରି ଜ଼ିଲ୍ଲା ସଭାନେତ୍ରୀ ତଥା ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ଲଷ୍ମୀପ୍ରିୟା ନାୟକ,

ପଡ଼ିଆ ଜ଼ିଲ୍ଲା ପରିଷଦ ସଭ୍ୟା ସୁରଭି ଭୌମିକ,ପୁର୍ବତନ ମାଲକାନଗିରି ବ୍ଲକ ଅଧ୍ୟକ୍ଷ ସର୍ବକୁମାର ବିଶୋଇ, ପଡ଼ିଆ ସାଂସଦ ପ୍ରତିନିଧି ସି.ଏଚ. ରେଵିଡ କୁମାର,ପଡ଼ିଆ ଜୋନ ସଭାପତି ଏମ.ମେଷାକ ମାଦ୍ରି, ଜ଼ିଲ୍ଲା ଯୁବ ଉପସଭାପତି କଣ୍ଟେଶ୍ଵର ପୋଟଲା,ଏମ.ଡି.ଫାରୁକ,ଜ଼ିଲ୍ଲା ଯୁବ ସମ୍ପାଦକ ବସନ୍ତ ନାୟକ,ପତ୍ରକାର ତଥା ସମାଜସେବୀ ସନୁ ଅନୁଗୁ,ପଡ଼ିଆ ସରପଞ୍ଚ ଗଙ୍ଗା କାରାମ,ପୁର୍ବତନ ସରପଞ୍ଚ ଦେବେ ମାଢ଼ି, ବି.ବିଭୁତି ଭୂଷଣ ଙ୍କ ସହ ସମସ୍ତେ ସମିତି ସଭ୍ୟ ସଭ୍ୟା ଓ ବହୁ ବରିଷ୍ଠ ବୁଦ୍ଧିଜୀବୀ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ ।

Exit mobile version