ହାଇସ୍କୁଲରେ ପାଠ୍ୟପୁସ୍ତକ ଓ ଡାଏରୀ ବଣ୍ଟନ

୨୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି ;- ଗୁରୁବାର ନୁଆଗଡ ବ୍ଳକର ବଡପଦା ହାଇସ୍କୁଲରେ ଓସେପା ତରଫରୁ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ନୁଆଗଡ ବ୍ଳକର ଜିଲ୍ଲା ପରିଷଦ ସଭ୍ୟ ରାଜୀବ ଦୋରା,

ସମିତିସଭ୍ୟ ମାନୁଏଲ୍ ଛିଞ୍ଚାଣୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବଳରାମ ଗମାଙ୍ଗ ୯ମ ୧୦ମ ଶ୍ରେଣୀର ୩୪୨ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ ।

Exit mobile version