
ଲୋକମାନଙ୍କ ସମସ୍ୟାଗୁଡିକ ୭ ଦିନ ଭିତରେ ସମାଧାନ କରିବେ ବୋଲି ମତ ଦେଇଥିଲେ ।
ମହିଳାମାନଙ୍କୁ ୧୦ ଲକ୍ଷ ମିଳୁଥିବା ବେଳେ ପୁରୁଷମାନଙ୍କୁ ୫ ଲକ୍ଷ ମିଳୁଥିବା ସଚିବ କହିଥିଲେ ।
୨୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁର ଗସ୍ତର ୫’ଟି’ ସଚିବ ଭିକେ ପାଣ୍ଡିଆନ । ରଣପୁର ଜେଲ ଛକ ଠାରେ ଥିବା ପଡିଆରେ ସକାଳ ୯ଟା ୫ ମିନିଟ ସମୟରେ ସଚିବଙ୍କ ହେଲିକ୍ୟାପ୍ଟର ଅବତରଣ କରିଥିଲା । ଏହା ପରେ ରଣପୁରର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା ମଣିନାଗଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଉନ୍ନତି ପାଇଁ ଆଲୋଚନା କରିଥିଲେ ।
ସେଠାରୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପୂଜା ପଣ୍ଡାମାନଙ୍କ ସହ ମନ୍ଦିରର ଆବଶ୍ୟକତା ଓ ଉନ୍ନତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହାପରେ ଥାନା ନିକଟରେ ଥିବା ଶହୀଦ ରଘୁ ଦିବାକର ମଣ୍ଡପକୁ ଯାଇ ଶହୀଦ ରଘୁ-ଦିବାକରଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ସେଠାରୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ଡାକ୍ତର, ରୋଗୀମାନଙ୍କ ସହିତ ଡାକ୍ତରଖାନା ସମ୍ବନ୍ଧରେ ଆଲୋଚନା କରିଥିଲେ । ଆହାର କେନ୍ଦ୍ର ବୁଲି ମଧ୍ୟ ଦେଖିଥିଲେ । ନୂତନ ଭାବେ ତିଆରି ଚାଲିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ବୁଲି ଦେଖିଥିଲେ . ଏହା ପରେ ରଣପୁର ମିନି ଷ୍ଟାଡିୟମରେ ଏକ ସଭା କାର୍ଯ୍ୟଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ ଲୋକମାନେ ବିଭିନ୍ନ ଅଭିଯୋଗ, ସମସ୍ୟା ଦରଖାସ୍ତ ୫’ଟି’ ସଚିବଙ୍କୁ ପ୍ରଦାନ କରିଥିଲେ । ଲୋକମାନଙ୍କ ସମସ୍ୟାଗୁଡିକ ୭ ଦିନ ଭିତରେ ସମାଧାନ କରିବେ ବୋଲି ମତ ଦେଇଥିଲେ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ ମତ ଦେଇଥିଲେ । ଏହି ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ମିଳୁଥିବା ବେଳେ ପୁରୁଷମାନଙ୍କୁ ୫ ଲକ୍ଷ ମିଳୁଥିବା ସଚିବ କହିଥିଲେ ।
ଏସଏଚଜି ମହିଳାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ଏଥିରେ ମହିଳାମାନେ ସ୍ୱାବଲମ୍ବୀ ହେବେ ବୋଲି ସଚିବ ମତ ପ୍ରକାଶ କରିଥିଲେ । ସେହିପରି ରଣପୁରକୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ଯାହା ବହୁ ବର୍ଷ ଧରି ରଣପୁର ଜନସାଧାରଣଙ୍କ ଦାବି ଥିଲା ତାହାକୁ ଆଜି ରଣପୁର ଗ୍ରସ୍ତରେ ଆସିଥିବା ସଚିବଙ୍କୁ ଜଗନ୍ନାଥ ସେନା ତରଫତୁ ଦାବିକୁ ଲିଖିତ ଆକାରରେ ପ୍ରଦାନ କରାଯାଇଥିବା ବେଳେ
ଏହି ଗସ୍ତ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ତହସିଲଦାର ଇପ୍ସିତ ସାହୁ, ବିଡିଓ ଜ୍ୟୋତି ପ୍ରକାଶ ସେଠୀ, ଏସ.ଡି.ପି.ଓ କିରନ ହେମ୍ରମ୍, ରଣପୁର ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କ ସହ ବିଭିନ୍ନ ସରକାରୀ ଅଧୀକାରୀଙ୍କ ସହ ୫ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଥିଲେ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ଏନ.ଏ.ସି. ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକଙ୍କ ସହ ସମସ୍ତ କାଉନସିଲର, ସରପଚ, ସମିତିସଭ୍ୟ ପ୍ରମୂଖ ଉପସ୍ଥିତ ଥିଲେ। ବର୍ଷା ସତ୍ୱେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।
ବିଜେପି ଯୁବ ମୋର୍ଚ୍ଛା ତରଫରୁ କଳା ପତାକା ପ୍ରଦର୍ଶନ :-
ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ ରଣପୁର ଗସ୍ତରେ ଆସିଥିବା ବେଳେ ବିଜେପି ଯୁବ ମୋର୍ଚ୍ଛା ତରଫରୁ କଳା ପତାକା ପ୍ରଦର୍ଶନ କରାଯାଇ ବିରୋଧ କରାଯାଇଥିଲା । ସଚିବଙ୍କ କାରକେଟ ଆସି ତଳ ସଡକ ନିକଟସ୍ଥ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଛକ ଠାରେ ପହଂଚିବା ବେଳେ ବିଜେପି କର୍ମୀମାନେ କଳା ବ୍ୟାଚ ପିନ୍ଧିବା ସହ କଳା ପତାକା ଦେଖାଇ ବିରୋଧ କରିଥିଲେ । ପରେ ରଥ ପଡିଆରେ ଠାରେ ବିରୋଧ କରିଥିଲେ । ପୁଲିସ ୨୦ ରୁ ଉର୍ଦ୍ଧ ଜଣଙ୍କୁ ଅଟକ ରଖିଥିଲା ।
