ରଣପୁର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଠାରେ ଦାବି

୧୯ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁରର ବିଭିନ୍ନ ସମସ୍ୟା ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ କଂଗ୍ରେସ ଦଳ ପକ୍ଷରୁ ପ୍ରଦାନ କରାଯାଇଛି । ବିଗତ ଦିନମାଙ୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହୋଦୟ, ରଣପୁରବାସୀ ଓ କଂଗ୍ରେସ ଦଳ ଆପଣଙ୍କୁ ମନେ ପକାଇବାକୁ ଚାହେଁ । ଆପଣ ୨୪ ବର୍ଷ ଶାସନ କ୍ଷମତା ଭିତରେ ବିଭିନ୍ନ ସମୟରେ ରଣପୁରକୁ ନିର୍ବାଚନ ସଭାରେ ଆସି ଭୋଟର ମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ନିର୍ବାଚିତ ହୋଇଛନ୍ତି ।

୧. ଆପଣ ଆପଣଙ୍କ ନିର୍ବାଚନ ସଭାରେ ରଣପୁରର ଚାନ୍ଦପୁର ଠାରେ ଥିବା ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁପର ସ୍ପେଷାଲିଷ୍ଟ ହସ୍ପିଟାଲ ସହ ମେଡ଼ିକାଲ କଲେଜ କରିବା ପାଇଁ ଘୋଷଣା କରିଥିଲେ ।

୨. ଭେଟବର ଜଳସେଚନ ପ୍ରକଳ୍ପକୁ ପୁନଃଉଦ୍ଧାର କରି ଏହାର ବିସ୍ତାର କରିବା ।

୩. ରଣପୁର ଅଂଚଳରେ କୃଷକମାନଙ୍କ ପାଇଁ କୃଷିଜାତ ଦ୍ରବ୍ୟ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ।

୪. ବାଞ୍ଛାବନ୍ଧକୁ ପୁନଃଉଦ୍ଧାର ଓ ସଂପ୍ରସାରଣ ।

୫. ରଣପୁର ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ସ୍ୱତନ୍ତ୍ର ଅର୍ଥବ୍ୟବସ୍ଥା ।

୬. ରଣପୁର ପ୍ରତ୍ୟେକ୍ଷ ଠାକୁରାଣୀ ମା’ ମଣିନାଗ ଉପର ଓ ତଳ ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ସହ ପର୍ଯ୍ୟଟନସ୍ଥଳର ମାନ୍ୟତା ।

୭. ରଣପୁରକୁ ସବ୍‌ଡିଭିଜନର ମାନ୍ୟତା ।

8. ରଣପୁର ସ୍ୱାସ୍ଥ୍ୟକେନ୍ଦ୍ର ରେ ସବୁବିଭାଗରେ ଡାକ୍ତର ନିଯୁକ୍ତି 

ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଦାବିଗୁଡ଼ିକ ଦୃଷ୍ଟି ଦେଇ ଆପଣଙ୍କ ପ୍ରତିନିଧି ତଥା ୫ଟି ସଚୀବଙ୍କ ଆସନ୍ତା ରଣପୁର ଗ୍ରସ୍ତ ସମୟରେ ଏହି ଦାବିଗୁଡ଼ିକ ଘୋଷଣା ନ କଲେ ରଣପୁର ଅଂଚଳର ଯୁବଛାତ୍ର ଜନସାଧାରଣ ଓ କଂଗ୍ରେସ ଦଳ ପକ୍ଷରୁ ଆପଣଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ମୁହଁରେ କଳାକନା ବାନ୍ଧି ମୌନ ସତ୍ୟାଗ୍ରହ କରି ବିରୋଧ କରାଯିବ ବୋଲି କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ,

କଂଗ୍ରେସ ନେତା ରଣପୁର ବାର ଆସୋଏସନ ସମ୍ପାଦକ ସତ୍ୟରଞ୍ଜନ ମତା, ନୟାଗଡ଼ ଜିଲ୍ଲା କଂଗ୍ରେସ ଉପସଭାପତି- ସୁରେନ୍ଦ୍ର କଳସ, ଶତ୍ରୁଘନ ପାଇକରାୟ, ବାଳକୃଷ୍ଣ ଷଡ଼ଙ୍ଗୀ, ନୟାଗଡ଼ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି- ମିର୍ ଅବୁବକ୍କର ସିଦ୍ଧିକ୍‌, ଯୁବ କଂଗ୍ରେସ ନେତା – ପ୍ରକାଶ ଚନ୍ଦ୍ର ନାୟକ, ବାଦନ ପ୍ରଧାନ, ଚିତେନ୍ଦ୍ର ପ୍ରଧାନ, ପ୍ରଭାତ ମହାନ୍ତି, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ର- ପ୍ରତୀମା ଜେନା, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ – ଅନିଲ ଛୁଆଲସିଂ ଓ ହୃଦାନନ୍ଦ କାଣ୍ଡି ପ୍ରମୁଖ ମିଳିତ ପ୍ରେସ ବିଜ୍ଞପ୍ତିରେ ଦାବି କରିଛନ୍ତି ।

Exit mobile version