ପ୍ରେମ ବିବାହ ମାସେ ପୂରିନି, ଶଳାକୁ ମାଡ ମାରି ଡ୍ରେନରେ ପକାଇଦେଲା ଭିଣୋଇ

୧୯ ଜୁଲାଇ ,୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ନିର୍ଯାତନା ଅସହ୍ୟ ହେବାରୁ ଶିବାନୀ ବାପ ଘରକୁ ପଳାଇ ଯାଇଥିଲେ । ଯେଉଁଥିପାଇଁ ଶ୍ବଶୁର ଘର ଲୋକଙ୍କ ସହିତ ଜୀବନଙ୍କର ତିକ୍ତତା ଲାଗି ରହିଥିଲା । ଜୁନ ମାସରେ ଜୀବନ ଶ୍ବଶୁର ଘରକୁ ଆସି ବଡ ଶଳା କିଶୋର ନାୟକଙ୍କୁ ଆକ୍ରମଣ କରିଥିଲା । ପ୍ରେମ ବିବାହକୁ ମାସେ ପୂରିନି । ଶଳା ମାଡ଼ ମାରି ଡ୍ରେନ୍‌ରେ ପକାଇଦେଲା ଭିଣୋଇ । ଏପରି ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ଭିଣୋଇକୁ ଅଟକ ରଖିଛି । ବଡ଼ଖଣି ଗାଁର ଶିବାନୀ ନାୟକଙ୍କୁ ବିରିକୋଟ ଗାଁର ଜୀବନ ପାଣି ପ୍ରେମ ବିବାହ କରିଥିଲେ। ଗତ ମେ’ ମାସରେ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା ।

ବିବାହ ପରେ ଜୀବନଙ୍କ ଘରେ ରହୁଥିଲେ ଶିବାନୀ । ବାହାଘରକୁ ମାସେ ପୂରିନି ଶିବାନୀଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା । ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଜୀବନ ତାଙ୍କୁ ଜୀବନ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ନିର୍ଯାତନା ଅସହ୍ୟ ହେବାରୁ ଶିବାନୀ ବାପ ଘରକୁ ପଳାଇ ଯାଇଥିଲେ । ଯେଉଁଥିପାଇଁ ଶ୍ୱଶୁର ଘର ଲୋକଙ୍କ ସହିତ ଜୀବନଙ୍କର ତିକ୍ତତା ଲାଗି ରହିଥିଲା । ଜୁନ୍‌ ମାସରେ ଜୀବନ ଶ୍ୱଶୁର ଘରକୁ ଆସି ବଡ଼ ଶଳା କିଶୋର ନାୟକଙ୍କୁ ଆକ୍ରମଣ କରିଥିଲା । ଫଳରେ କିଶୋର ଗୋଡ଼ ଭାଙ୍ଗି ଯାଇଥିଲା ।

ଏନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍‌ ମାମଲା ରୁଜୁ କରିଥିଲା । ମାମଲା ରୁଜୁ ହେବା ପରେ ଜୀବନ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲା । ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ କରିବା ପାଇଁ ସୁଯୋଗ ଉଣ୍ଡୁଥିଲା । ଆଜି ଶିବାନୀଙ୍କ ସାନ ଭାଇ ଅମିତ ନାୟକ ଘରକୁ ଫେରୁଥିଲେ । ପୂର୍ବରୁ ସେହି ରାସ୍ତାରେ ଜଗି ରହିଥିବା ଜୀବନ ତାଙ୍କୁ ଆକ୍ରମଣ କରିଥିଲା । ପରେ ତାଙ୍କୁ ଡ୍ରେନକୁ ଫିଙ୍ଗି ଦେଇଥିଲା । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅମିତଙ୍କୁ ଡ୍ରେନ୍‌ରୁ ଉଦ୍ଧାର କରି ମୋହନା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଅମିତଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ୍ ମାମଲା ରୁଜୁ କରି ଅଭଯୁକ୍ତ ଜୀବନକୁ ଅଟକ ରଖି ପଚରା ଉଚରା କରୁଛି ।

Exit mobile version