Home ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ସଫଳ ରୂପାୟନ ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀରେ ସାଂଗଠନିକ ବୈଠକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ସଫଳ ରୂପାୟନ ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀ ଜିଲ୍ଲାପରିଷଦ ଜୋନ ନମ୍ବର ୧୪ ଓ ୧୫ ରେ କର୍ମକର୍ତ୍ତା ମାନଙ୍କର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଅଛି ୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :- ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ ବିଜେଡିର ଟାଣୁଆ ନେତା । ସେମାନେ ମା’ମେଘମ୍ବାରି କଲ୍ୟାଣ ମଣ୍ଡପରେ ଏକ ସଭାର ଆୟୋଜନ କରିଥିଲେ ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ,ଚିଲିକା ନିର୍ବାଚନ ମଣ୍ଡଳୀ ପର୍ଯ୍ୟ ବେକ୍ଷକ ରାଜା ଚକ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ନିକଟରେ ପ୍ରଣୟନ ହୋଇଥିବା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର କିପରି ସୁବିନିଯୋଗ ହୋଇପାରିବ ସେ ନେଇ ଚିଲିକା ନିର୍ବାଚନ ମଣ୍ଡଳୀର ୧୪ ଓ ୧୫ ନମ୍ବର ଜୋନ ର ନିର୍ବାଚିତ ପ୍ରତିନିଧି ଏବଂ କର୍ମକର୍ତ୍ତା ଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ କୁମାର ଜଗତ ବଲ୍ଲବ ମହାରଥା,ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଯଦୁ ପ୍ରଧାନ, ବାଣପୁର ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ରାକେଶ କୁମାର ସେଣ,ବାଲୁଗାଁ ଏ ନେ ସି ଚେୟାରମ୍ୟାନ ପ୍ରତିନିଧି ଶଙ୍କର ପାଇକରାୟ,ଓ ବାଣପୁର ଏ ନେ. ସି ଚେୟାରମ୍ୟାନ ମିଟୁ ନାୟକ, ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ର ନାଥ ମାନସିଂହ, ସମସ୍ତ ସରପଞ୍ଚ, ସମିତି ସଭ୍ୟ,ମିଶନ ଶକ୍ତିର ମା’ ମାନେ, ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତାମାନେ ମା’ ଭଗବତୀ ମନ୍ଦିର ଗସ୍ତ କରି ମା’ଙ୍କ ଆଶୀର୍ବାଦ ନେଇଥିଲେ। ମା’ ଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ। ଚିଲିକାର ଗୋଳିଆ ରାଜନୀତିକୁ ଆଖି ଆଗରେ ରଖି ଜିଲ୍ଲା ସଭାପତି ବଳବନ୍ତରାୟ କହିଥିଲେ ଆମର ଦଳ ହେଉଛି ବିଜେଡି ଓ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ତେଣୁ ସମସ୍ତ ଦଳୀୟ କର୍ମୀମାନଙ୍କୁ ଏକାଠି ରହି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ଆମ ଓଡିଶା ନବୀନ ଓଡିଶା ଯୋଜନାରେ କେଉଁ କେଉଁ କାର୍ଯ୍ୟ ହେବ ଏବଂ ତାହାର ରୂପରେଖ କଣ ରହିବ ତାହାର ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ବିଧାୟକ ରାଜେନ୍ଦ୍ର ସାହୁ ପରୋକ୍ଷ ଭାବରେ ବିଗତ ଦିନରେ ଆପଣ ମାନେ ଚିଲିକାରୁ ବିଜେଡିର ବିଧାୟକ ପ୍ରାର୍ଥୀଙ୍କୁ ଦୁଇ ଦୁଇଥର ନିର୍ବାଚିତ କରିଛନ୍ତି ଏଥର ମଧ୍ୟ ଆପଣମାନେ ବିଜେଡି ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତୁ। ଦଳରେ ପ୍ରାର୍ଥୀ ନେଇ ଦ୍ଵନ୍ଦ ହେବା ସ୍ୱାଭାବିକ କଥା। ତେଣୁ ଆମର ନେତା ନବୀନ ବାବୁ ହିଁ ପ୍ରାର୍ଥୀ ଚୟନ କରିବେ। ଯିଏ ବି ପ୍ରାର୍ଥୀ ହେବ ଆମମାନଙ୍କର ଦାୟିତ୍ୱ ହେଉଛି ତାକୁ ଜିତେଇବା। ଆଗାମୀ ଦିନରେ ପୁଣି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କର୍ମୀମାନଙ୍କୁ ଶପଥ କରାଇଥିଲେ। ସାଂସଦ ଶ୍ରୀ ମଙ୍ଗରାଜ ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଏବଂ ନବୀନଙ୍କ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ କହିଥିଲେ। ୧୪ ଓ ୧୫ ନମ୍ବର ଜୋନରୁ ବିଜେଡି କାର୍ଯ୍ୟକ୍ରମ ଯେମିତି ହେଲା, ଅନ୍ୟ ଚାରିଗୋଟି ଜୋନରେ ଏହି ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ ଏବଂ ନବୀନ ବାବୁଙ୍କ ଯୋଜନାକୁ ଲୋକାଭିମୁଖୀ କରିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ସେହିପରି ନାଚୁଣୀଠାରେ ଆଉ ଏକ ବୈଠକ କରାଯାଇଥିଲା। ଯେଉଁଥିରେ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ସେଠାରେ ମଧ୍ୟ ଏହି ନେତାମାନଙ୍କ ସହିତ ଚିଲିକାର ସମସ୍ତ ନେତା ଯୋଗଦେଇଥିଲେ। ସେଠାରେ ମଧ୍ୟ ପ୍ରଣବ ପ୍ରକାଶ ଦାସ ଦଳକୁ ସୁଦୃଢ କରିବା ପାଇଁ ନେତାମାନଙ୍କୁ ଆହ୍ବାନ ଦେଇଥିଲେ। ଆମର ନେତା ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ତାଙ୍କୁ ଜିତାଇବା ଆମର କାମ ବୋଲି ସେ କହିଥିଲେ Categories: ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍ Related Content ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ by Proprietor Abhimanyu Maharana September 28, 2026 ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ by Proprietor Abhimanyu Maharana September 28, 2026 ଗୋଷାଣୀ ବ୍ଲକ ଗୁରାଣ୍ଡି ଠାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), - ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ କିଷାନ ମେଳା ଅନୁଷ୍ଠିତ by Proprietor Abhimanyu Maharana September 28, 2026 VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026