ବୋଲେରୋ ଦୁର୍ଘଟଣାରେ ୩ ଆହତ

୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ଆର,ଉଦୟଗିରି :- ଅଡବା ଥାନାର ଆଶ୍ରୟପୁର ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବୋଲେରୋ ଦଶଫୁଟ ତଳକୁ ଖସି ପଡିଥିଲା । ଗାଡି ଛତିଶଗଡରୁ ବାହାରି ପୁରି ଯାଉଥିଲା । ଏଥିରେ ବସିଥିବା ସାତଜଣଙ୍କ ମଧ୍ୟରୁ ତିନିଜଣ ଆହତ ହୋଇଛିନ୍ତି । ସେହିବିଟ ଦେଇ ଫେରୁଥିବା ମୋହନା ନୀଳକଣ୍ଠେଶ୍ବର ବୋଲ ବମ୍ ସଂଘର ସଦସ୍ୟ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଅଡବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।

ଆହତଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ଶିଶୁ ଥିଲେ । ସମାନେ ହେଲେ ଅଭିଷେକ ମାରାଣ୍ଡି , ରୁଚି ମାରାଣ୍ଡି ଓ ମଞ୍ଜୁସ ମାରାଣ୍ଡି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଥାନାକୁ ଆଣିଥିଲେ ଏନେଇ ପୁଲିସ କେସ୍ ନକରାଯିବାର ସୁଣିବାକୁ ମିଳିଛି ।

Exit mobile version