
୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- କୋରାଇର ପୂର୍ବତନ ବିଧାୟକ ତଥା ଓଡିଶା ସରକାରଙ୍କ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଆକାଶ ଦାସନାୟକ ସବୁଜ ସୁନ୍ଦର କୋରାଇ ଗଢିବା ପାଇଁ ଦୀର୍ଘ ୧୫ଦିନ ହେଲା ବିଭିନ୍ନ ସମର୍ଥନରେ ମେଗା ଚାରାରୋପଣ ଓ ବଂଟନ କରି କୋରାଇ ନିର୍ବାଚନ ମଣ୍ଡଳୀର ସବୁରି ପ୍ରିୟ ତଥା ଆଦରଣୀ ହୋଇ ହୋଇଥିଲା ବେଳେ ରାଜ୍ୟ ସ୍ତରରେ ମଧ୍ୟ ତାଙ୍କର ଏହି ମହତୂର୍ଣ୍ଣ କାର୍ଯ୍ୟଧାରା । ଇଁ ବେଶ ପ୍ରଶଂସନୀୟ ହୋଇଛନ୍ତି । କୋରାଇ ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା ବେଳେ ଆଜି କୋରାଇ ବ୍ଲକ୍ ଅନ୍ତର୍ଗତ ସାଦକୁର ପଞ୍ଚାୟତ ସ୍ଥିତ ସର୍ବୁରାତନ କୋରାଇ ନୋଡାଲ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଙ୍ଗଣରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପୂର୍ବତନ ବିଧାୟକ ଶ୍ରୀ ଦାସନାୟକଙ୍କ ‘ମିଶନ୍ ସବୁଜ କୋରାଇ’ ଅଭିାନରେ ୧୦୦ଚାରା ରୋପଣ କର।ଯାଇଥିଲା । ଶ୍ରୀ ଦାସନାୟକ ଚରାରୋପଣ ପରେ କୋରାଇ ବଜାର, ସାଦକୁର, ଫାଜଲପୁର ଗ୍ରାମର ପ୍ରତ୍ୟେକଙ୍କ ଘେର ଘେର ପୁରୁଷ ଓ ମହିଳାମାନଙ୍କୁ ଭେଟି ପିଜୁଳି, ଓଉ, ଆମ୍ବ, ପଣସ, ଶାଗୁଆନ୍, ଆତ, କାଜୁ, ଦେବଦାରୁ, ଆକାଶିଆ ଆଦି ୧୫୦୦ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ଚାରା ବଂଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ଶ୍ରୀ ଦାସନାୟକ ୋଗଦେଇ ପରିବେଶ କହିଲେ ସାଧାରଣତଃ ପ୍ରକୃତି ସହିତ ଜୀବନ ଧାରଣର ମାନଦଣ୍ଡକୁ ବୁଝାଏ । ବିଶ୍ୱନିୟନ୍ତା ଈଶ୍ୱର ସୃଷ୍ଟିର ପ୍ରାରମ୍ଭରୁ ଜୀବନ ଧାରଣ ନିମନ୍ତେ ଅଗ୍ନି, ଜଳ, ବାୟୁ, ମାଟି ଓ ଆଲୋକ ଭଳି ପ୍ରାକୃତିକ ତତ୍ୱଗୁଡିକ ନିଃଶୁଳ୍କ ମୂଲ୍ୟରେ ୋଗାଇ ଦେଇଛନ୍ତି ।
