ତହସିଲଦାର ଙ୍କ ବଦଳି କୁ ନେଇ : ବିଧାୟକ ଙ୍କ ଲିଖିତ ଅନୁମୋଦନ ଏବେ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି 

ତହସିଲଦାର ଙ୍କ ବଦଳି କୁ ନେଇ ବଢୁଛି ରାଜନୈତିକ ଉଷ୍ମତା – ହାଇକୋର୍ଟ ରେ ଜନସ୍ୱାର୍ଥ୍ୟ ମାମଲା ରୁଜୁ

ଓକିଲଙ୍କୁ ସମର୍ଥନ କରି ବିଧାୟକ ଙ୍କ ଲିଖିତ ଅନୁମୋଦନ ଏବେ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଇତିମଧ୍ୟରେ ଦୀର୍ଘ ଦେଢମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ ତହସିଲଦାର ଙ୍କ ବଦଳି କରିବାକୁ ବିଧାୟକ ସକ୍ଷମ ହୋଇନାହାଁନ୍ତି ।

ତହସିଲଦାର ଏଠାରୁ ବଦଳି ନହେବା ଉଦେଶ୍ୟରେ କିଛି ଗୋଷ୍ଠୀ ଏନେଇ ବିଭାଗୀୟ ଉଚ୍ଚକତୃପକ୍ଷ ଙ୍କୁ ଅନୁରୋଧ କରିବାସହ ବିଧାୟକ ଙ୍କୁ ତାଗିଦ କରିଛନ୍ତି । ତହସିଲଦାର ଜଣେ ଭଲ ଅଫିସର ହୋଇଥିବାରୁ ତାଙ୍କ ବଦଳି ନକରିବାକୁ ବିପକ୍ଷ ଗୋଷ୍ଠୀ ବିଧାୟକ ଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି

୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର  :- ନୟାଗଡ ଜିଲ୍ଲା ରଣପୁର ତହସିଲଦାର ଙ୍କ ବଦଳି କୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏହାକୁ ନେଇ ହାଇକୋର୍ଟ ରେ ଜନସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଜଣେ ମହିଳା ଓକିଲ ଙ୍କୁ ତହସିଲଦାର ଦୁର୍ବ୍ୟବହାର କରିବା ଅଭିଯୋଗ ରେ ଦୁଇ ପକ୍ଷ ଙ୍କ ନାମ ରେ ଥାନା ରେ ମାମଲା ରୁଜୁ ହେବା ପରେ ତହସିଲଦାର ଙ୍କୁ ଏଠାରୁ ତୁରନ୍ତ ବଦଳି ଦାବୀ କରି ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ବିଭାଗୀୟ ମନ୍ତ୍ରୀ ପ୍ରମିଳ ମଲ୍ଲିକ ଓ ସଚିବ ଙ୍କୁ ଲିଖିତ ଅନୁମୋଦନ କରିଛନ୍ତି ।

ଓକିଲ ଙ୍କୁ ସମର୍ଥନ କରି ବିଧାୟକ ଙ୍କ ଲିଖିତ ଅନୁମୋଦନ ଏବେ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଇତିମଧ୍ୟରେ ଦୀର୍ଘ ଦେଢମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ ତହସିଲଦାର ଙ୍କ ବଦଳି କରିବାକୁ ବିଧାୟକ ସକ୍ଷମ ହୋଇନାହାଁନ୍ତି । ଫଳରେ ଓକିଲ ଙ୍କ ମଧ୍ୟରେ ଅସନ୍ତୋଷ ସହ ବିଧାୟକ ଙ୍କ ଆନ୍ତରିକତା ନେଇ ସନ୍ଦେହ ବଢିବାରେ ଲାଗିଛି । ସେପଟେ ତହସିଲଦାର ଏଠାରୁ ବଦଳି ନହେବା ଉଦେଶ୍ୟରେ କିଛି ଗୋଷ୍ଠୀ ଏନେଇ ବିଭାଗୀୟ ଉଚ୍ଚକତୃପକ୍ଷ ଙ୍କୁ ଅନୁରୋଧ କରିବାସହ ବିଧାୟକ ଙ୍କୁ ତାଗିଦ କରିଛନ୍ତି । ତହସିଲଦାର ଜଣେ ଭଲ ଅଫିସର ହୋଇଥିବାରୁ ତାଙ୍କ ବଦଳି ନକରିବାକୁ ବିପକ୍ଷ ଗୋଷ୍ଠୀ ବିଧାୟକ ଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି ।

ତହସିଲଦାର ଙ୍କ ବଦଳି ରେ ବିଧାୟକ ଖୋଲା ହସ୍ତକ୍ଷେପ କରିଥିବାରୁ ବିଧାୟକ ଙ୍କ ବିରୋଧି ଗୋଷ୍ଠୀ ତହସିଲଦାର ଙ୍କୁ ଖୋଲା ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏଭଳି ଗୋଳିଆସ୍ଥିତି ଏବଂ ଅଯାଚିତ ସମର୍ଥନ ଏବେ ତହସିଲଦାର ଙ୍କ ପାଇଁ ସୁବିଧାଜନକସ୍ଥିତି ସୃଷ୍ଟି କରିଛି । ତେବେ ତହସିଲଦାର ଓ ଓକିଲ ବିବାଦ କୁ ନେଇ ଓକିଲମାନେ କୋର୍ଟ ବର୍ଜନ କାରଣ ରୁ ମୋହରି  ଓକିଲମାନେ ଅସୁବିଧା ର ସମ୍ମୁଖୀନ ୃହେଉଥିବାରୁ ତୁରନ୍ତ ଏଦିଗରେ ପଦକ୍ଷେପ ନିଆଯିବାର ଆବଶ୍ୟକତା ଥିବା ଦର୍ଶାଇ ହାଇକୋର୍ଟ ର ବରିଷ୍ଠ ଆଇନଜିବୀ କବିରାଜ ପ୍ରଧାନ ୨୧୯୯୬/୨୩ ନମ୍ବରରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ।

ଏନେଇ ତହସିଲଦାର ଙ୍କ ସହ ଯୋଗାଯୋଗ ପରେ ମୁଁ ମୋର ଦାୟିତ୍ୱ ଠିକ ଭାବେ ନିର୍ବାହ କରୁଛି ବୋଲି ପ୍ରତିକ୍ରିୟା ରଖିଥିବାବେଳେ ତହସିଲଦାର ଙ୍କ ବଦଳି ନହେବା ପର୍ଯ୍ୟନ୍ତ ଓକିଲ ସଂଘ ପଛକୁ ହଟିବାର ନାହିଁ ବୋଲି ସଂଘ ର ସଭାପତି ଗିରିଜାକାନ୍ତ ମହାପାତ୍ର ଜଣାଇଛନ୍ତି । ତେବେ ଓକିଲ ସଂଘ ଓ ତହସିଲଦାର ବିବାଦ ମଧ୍ୟରେ ରାଜନୈତିକ ବ୍ୟକ୍ତିବିଶେଷ ହସ୍ତକ୍ଷେପ ଏହି ଉଷ୍ମତା କୁ ଦ୍ୱିଗୁଣିତ କରିଦେଇଛି । ଅପରପକ୍ଷରେ ଓକିଲ ଙ୍କ କୋର୍ଟ ବର୍ଜନ କାରଣ ରୁ ଉପଭୋକ୍ତାମାନେ ଅସୁବିଧା ର ସମ୍ମୁଖିନ ହେଉଛନ୍ତି । ଏଭଳିସ୍ଥିତି ରେ ଜନସାଧାରଣ ଙ୍କ ବୃହତର ସ୍ୱାର୍ଥ ଦୃଷ୍ଟି ରୁ ବିଭାଗୀୟ କତୃପକ୍ଷ ସଠିକ ଅନୁସନ୍ଧାନ ଓ ତଦନ୍ତ କରି ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

Exit mobile version