ବିଷାକ୍ତ ସାପ କାମୁଡାରେ ମହିଳା ମୃତ

ସ୍ୱାମୀ ଶ୍ରାଵଣୀ ପାଣି ଭାର ଲାଗି ଵାହାରକୁ ଯାଇଛନ୍ତି ।

୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-  ଘରେ ଶୋଇଥିବା ବେଳେ ମହିଳାଙ୍କୁ  କାମୁଡିଲା ବିଷାକ୍ତ ସାପ।ମହିଳା ଗୁରୁତର  ଅବସ୍ଥାରେ ମହିଳା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଚିକିତ୍ସା କରାଯିବା ସମୟରେ ଅବସ୍ଥା ସଂକଟାପନ୍ନ ହେବାରୁ ଖୋର୍ଦ୍ଧା ସଦର ମେଡିକାଲକୁ ସ୍ଥାନାନ୍ତରିତ କରାଗଲା । ଉକ୍ତ ମେଡିକାଲରେ ମହିଳାଙ୍କୁ ମ୍ରୁତ ଘୋଷଣା କଲେ। ଉକ୍ତ ମହିଳାଙ୍କ ନାମ   ରୁନୁ ପ୍ରଧାନ ୪୦ ବର୍ଷ ।

ଳଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଜରିପଡା ଦଳ ବେହେରା ସାହିରେ।ସୂଚନା ମୂତାବକ-ମହିଳା ଜଣକ ଘରେ ଖାଇ ପିଇ  ସାରି ନିଜ ପୁତ୍ର ସହ ଘରେ ଶୋଇଥିଲେ । ହଠାତ୍ ରାତି ଅଧରେ ମହିଳାଙ୍କୁ ଏକ ସାପ କାମୁଡି ଦେଇଥିଲା । ମହିଳାଙ୍କ ଚିତ୍କାର ଶୁଣି  ସାହି ପଡିଶା ଲୋକ ଏକାଠି ଖୋଜାଖୋଜି କରିବା ଫଳରେ ଘରେ ସାପ ରହିଥିବାର  ଦେଖି ସାପକୁ  ଉଦ୍ଧାର କରି ଏକ ପ୍ଲାଷ୍ଟିକ୍ ଡବାରେ ରଖିଥିଲେ ।

ଏପରିପ୍ରେକ୍ଷିରେ ମହିଳା ଜଣକ ବିଷାକ୍ତ ସାପର ଵିଷ ଜ୍ୱଳାରେ ମୃତୁ ଵରଣ କରିଥିବା ଵେଳେ ଅପରପକ୍ଷରେ ନିଜର ସ୍ୱାମୀ ଶ୍ରାଵଣୀ ପାଣି ଭାର ଲାଗି ଵାହାରକୁ ଯାଇଛନ୍ତି। ଏ ଦୁଃ ସମ୍ବାଦ  ସାରା ଅଞ୍ଚଳରେ  ଏକ  ଦୁଃଖରେ ଆତ୍ମବିଭୋର ହୋଇ ଲୋତକାର୍ଣ୍ଣ୍ୟ ହୋଇପଡିଛି।

Exit mobile version