ଅମୃତାଞ୍ଜନ ହେଲ୍‌ଥକେୟାରକୁ ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ବ୍ରାଣ୍ଡ୍ ମାନ୍ୟତା

୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭାରତୀୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ୧୩୦ ବର୍ଷରୁ ଅଧିକ ପୁରୁଣା କଂପାନି ଅମୃତାଞ୍ଜନ ହେଲ୍‌ଥକେୟାରକୁ ଦି ଇକୋନମିକ୍ ଟାଇମ୍‌ସ ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ବ୍ରାଣ୍ଡ୍ ସମାରୋହର ଷଷ୍ଠ ସଂସ୍କରଣରେ ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ବ୍ରାଣ୍ଡ୍ ମାନ୍ୟତା ପ୍ରଦାନ କରାଯାଇଛି । କିଛି ବର୍ଷ ମଧ୍ୟରେ ଇଟି ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ବ୍ରାଣ୍ଡ୍‌ସ ଶିଳ୍ପରେ ହେଉଥିବା ଉନ୍ନତି ବିଷୟରେ ଆଲୋଚନା କରିବା ଏବଂ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ଶ୍ରେଷ୍ଠ ବ୍ରାଣ୍ଡ୍‌ଗୁଡ଼ିକୁ ପୁରସ୍କୃତ କରିବା ପାଇଁ ଏକ ଅର୍ଥପୂର୍ଣ୍ଣ ମଂଚରେ ପରିଣତ ହୋଇଛି । ଏକ କଠୋର ଚୟନ ପ୍ରକ୍ରିୟାରେ ୧୦୦୦ ବ୍ରାଣ୍ଡ୍ ମଧ୍ୟରୁ ଅମୃତାଞ୍ଜନ ହେଲ୍‌ଥକେୟାରକୁ ଚୟନ କରାଯାଇଛି । ଏକ ଉଦ୍ଦେଶ୍ୟ ଓ ନବସୃଜନ ମାଧ୍ୟମରେ ଆଗକୁ ବଢ଼ୁଥିବା ଅମୃତାଞ୍ଜନ ହେଲ୍‌ଥକେୟାର ବିଭିନ୍ନ ସ୍ୱାସ୍ଥ୍ୟ ସେବା ବର୍ଗରେ ବିବିଧ ଉତ୍ପାଦ ପୋର୍ଟଫୋଲିଓ ପ୍ରଦାନ କରୁଛି । ଏହାର ପ୍ରମୁଖ ବ୍ରାଣ୍ଡ୍ ହେଉଛି ଅମୃତାଞ୍ଜନ ଯାହା ହେଉଛି ଯନ୍ତ୍ରଣା ଉପଷମର ଏକ ଉଚ୍ଚ ଗୁଣାତ୍ମକ ଉତ୍ପାଦ ଯାହାକୁ ପ୍ରାକୃତିକ ଉପାଦାନକୁ ବ୍ୟବହାର କରି ବୈଜ୍ଞାନିକ ପଦ୍ଧତିିରେ ପ୍ରସ୍ତୁତ କରାଯାଇଛି ।

ଆୟୁର୍ବେଦରେ ଥିବା ବିଜ୍ଞାନ ଓ ପ୍ରକୃତିର ସମିଶ୍ରଣରେ କଂପାନି ଏହାର ଉତ୍ପାଦ ପ୍ରସ୍ତୁତ କରିବାର ବିଶେଷତା ହାସଲ କରିଛି । ମୁଣ୍ଡ ଓ ଦେହହାତ ବିନ୍ଧାରୁ ଉପଷମ ପାଇଁ ଅମୃତାଞ୍ଜନ ହେଲ୍‌ଥକେୟାର ଆଣିଛି ଅଭିନବ ରୋଲ୍‌-ଅନ୍ ଏବଂ ପ୍ରଥମ ସଂସ୍ଥା ଭାବେ ହାଇଡ୍ରୋଜେଲ୍ ପେନ୍ ପ୍ୟାଚ୍‌କୁ ଉପସ୍ଥାପନ କରିଛି । ନୈତିକ ବ୍ୟବସାୟ ପଦ୍ଧତି ପାଇଁ କଂପାନି ପ୍ରତିବଦ୍ଧ ରହିଛି ଏବଂ ପରିବେଶ ଉପରେ ଖରାପ ପ୍ରଭାବ ସୃଷ୍ଟି କରୁଥିବା ଡିକ୍ଲୋଫେନାକ୍ ଭଳି ରସାୟନକୁ ଏହା ଦୃଢ଼ ବିରୋଧ କରୁଛି । ଅମୃତାଞ୍ଜନ ହେଲ୍‌ଥକେୟାର ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏସ୍ ଶମ୍ଭୁ ପ୍ରସାଦ କହିଛନ୍ତି ଯେ, “ଅନ୍ୟତମ ଶ୍ରେଷ୍ଠ ହେଲ୍‌ଥକେୟାର ବ୍ରାଣ୍ଡ୍ ଭାବେ ମାନ୍ୟତା ହାସଲ କରିଥିବାରୁ ଆମେ ଗଭୀର ଭାବେ କୃତଜ୍ଞ । ଆମ ମୂଲ୍ୟବାନ ଗ୍ରାହକମାନଙ୍କ ଜୀବନରେ ଉଲ୍ଲେଖନୀୟ ଉନ୍ନତି ଆଣୁଥିବା ଉଲ୍ଲେଖନୀୟ ସ୍ୱାସ୍ଥ୍ୟ ସେବା ସମାଧାନ ପ୍ରଦାନ କରିବା ପ୍ରତି ଅମୃତାଞ୍ଜନର ଅସୀମ ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ ହେଉଛି ଏହି ସଫଳତା ।

ଆମ ସଫଳତାର ଏହି ଯାତ୍ରାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିବା ଆମ ଉତ୍ସର୍ଗୀକୃତ ଟିମ୍‌, ବିଶ୍ୱାସନୀୟ ଗ୍ରାହକ ଓ ସହାୟକ ସହଯୋଗୀମାନଙ୍କୁ ଆମେ ହୃଦୟରୁ କୃତଜ୍ଞତା ଜଣାଉଛୁ । ଆମେ ଆଗକୁ ବଢ଼ୁଥିବା ବେଳେ ଆମ ବିଶ୍ୱାସନୀୟ ଓ ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା ଉତ୍ପାଦ ଜରିଆରେ ଲୋକମାନଙ୍କ ଜୀବନକୁ ପ୍ରଭାବିତ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ।’’ ଅମୃତାଞ୍ଜନ ପକ୍ଷରୁ ଯନ୍ତ୍ରଣା ଉପଷମକାରୀ ଉତ୍ପାଦ ବ୍ୟତୀତ ଥଣ୍ଡା ଆଦି ପାଇଁ ରିଲିଫ୍ କୋଲ୍ଡ ରବ୍‌, ଇନ୍‌ହେଲର, କଫ୍ ସିରପ୍‌, ଫଳଭିତିକ ପାନୀୟ ଇଲେକ୍ଟ୍ରୋ+,ଫ୍ରୁଟ୍‌ଇଙ୍କ୍ ଏବଂ ମହିଳା ସ୍ୱଚ୍ଛତା ଉତ୍ପାଦ ମଧ୍ୟ ପ୍ରଦାନ କରାଯାଉଛି ।

Exit mobile version