ବ୍ରହ୍ମପୁର ସହରକୁ ଚାରି ଦିନିଆ ସଟ୍ ଡ଼ାଉନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ – ଗଜପତି

ଓଡିଶା ତାଜା ନ୍ୟୁଜ୍ (୨୬ ଜୁନ୍ ଶୁକ୍ରବାର ) ଗଜପତି :- ପୁଣି ଥରେ ବ୍ରହ୍ମପୁର ସହରରେ ଚାରି ଦିନିଆ ସଟଡାଉନ ଘୋଷଣା । ଆସନ୍ତା ୨୭ ତାରିଖ ଶନିବାର ଠାରୁ ୩୦ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ସଟଡାଉନ ଘଷଣା କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ମେଡିକାଲ ଓ ଖିର ସପ୍ଲାଏ କୁ ବାଦ ଦେଲେ ସବୁକିଛି ସହରରେ ବନ୍ଦ ରହିବl ପାଇଁ ନିର୍ଦ୍ଦେଶ୍ ଜାରୀ କରାଯାଇଛି l

ସେହି ଚାରି ଦିନ ବ୍ରହ୍ମପୁର ସହରରେ ହେଲଥ ସ୍କ୍ରୀନିଂ କାର୍ଯ୍ଯକ୍ରମ ହାତକୁ ନିଆଯାଇଥିବା ବେଳେ ୭୦ ଟି ମେଡିକାଲ ଟିମ ଗଠନ କରାଯାଇଛି ଏହି ମେଡିକାଲ୍ ଟିମ୍ ବ୍ରହ୍ମପୁର ସହରର ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ ବୋଲି ସୁଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏ ଅବସରରେ ଗଞ୍ଜାମ ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତା ଜାରୀ କରି କରନା ବୃଦ୍ଧି କୁ ରୋକିବା ପାଇଁ ବ୍ରହ୍ମପୁର ସହରର ଜନସାଧରଣଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି l (ପାରଳାଖେମୁଣ୍ଡି/ ରିପୋର୍ଟ୍ – ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version