ପଞ୍ଚାୟତ ସମ୍ମିଳନୀ ଓ ମିଶନଶକ୍ତି ନୂତନ ଗୃହ ପ୍ରତିଷ୍ଠା

୧୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ପଞ୍ଚାୟତ ଗୁଡିକର ଦୂରଦୃଷ୍ଟି ସମ୍ପନ୍ନ ବିକାଶ ସହ ଏକ ସଶକ୍ତ ଓ ସମୃଦ୍ଧ ପଞ୍ଚାୟତ ଗଠନ ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଦ୍ଵାରା ବିବିଧ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି।ପଞ୍ଚାୟତ କାର୍ଯ୍ୟାଳୟ ଗ୍ରାମ୍ୟ ବିକାଶ ଓ ଗ୍ରାମୀଣ ଅର୍ଥନୀତି,ସାମାଜିକ ସୁରକ୍ଷା ସହ ଶିକ୍ଷା,ସ୍ୱାସ୍ଥ୍ୟ,ଗମନା ଗମନ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ମୌଳିକ ଆବଶ୍ୟକତା ପୂରଣ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରେ। ଗ୍ରାମୀଣ ବିକାଶ ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି।ଏଣୁ ପଞ୍ଚାୟତ ସ୍ତରରେ ବହୁ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଜାରୀ ରହିଛି ।

ଏହି ପରିପ୍ରେକ୍ଷୀରେ ଶନିବାର ହିଞ୍ଜିଳି ବ୍ଲକ ରାଳବ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ସମ୍ପାଦିତ ପଞ୍ଚାୟତ ସମ୍ମିଳନୀ ଓ ମିଶନ ଶକ୍ତି ଗୃହ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ରଶ୍ମିତା ପ୍ରଧାନ କର୍ତ୍ତା ରୂପେ ଯୋଗ ଦେଇଥିଲେ।ଏକ ଭବ୍ୟ ପରିବେଶ ମଧ୍ୟରେ ନୂତନ ଗୃହ ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ତଥା ପ୍ରମୁଖ ସଚିବ ସୁରେନ୍ଦ୍ର ନାଥ ପ୍ରଧାନ,

ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ,ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଉପଦେଷ୍ଟା ଗନ୍ତାୟତ ଦଳାଇ, ସହକାରୀ ଯନ୍ତ୍ରୀ ଗିରିଧାରୀ ବେହେରା, କନିଷ୍ଠ ଯନ୍ତ୍ରୀ ଡଃ ହର୍ଷ ମାଧବ କର,ସରପଞ୍ଚ ଦନାର୍ଦ୍ଦନ ସେଠୀ,ସିପି ଦଣ୍ଡପାଣି ଦାଶ, ସଭ୍ୟା ପ୍ରତିନିଧି ଦିଲ୍ଲୀପ କୁମାର ପୋଲେଇ,ପିଇଓ ବିଜୟ କୁମାର ସେଠୀ,ବୈଷ୍ଣବ ମଣ୍ଡଳ,ଶଙ୍କର ମହାନ୍ତି, ବେଣୁଧର ବେହେରା,ସୁଶାନ୍ତ କୁମାର ମଲ୍ଲିକ,ବିଏଫଟି ବୃନ୍ଦାବନ ଗୌଡ଼,ଲଡୁ କିଶୋର ବେହେରା,ନୀଳାଚଳ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।କାଳୀ ଚରଣ ଦଳାଇ,ସୁବାସ ଚନ୍ଦ୍ର ରାଉତ, ଶୁଭ୍ରକେଶ ଦଳାଇ,ଜୟରାମ ମାଝୀ ଓ ଭୀମସେନ ପୋଲେଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Exit mobile version