ନିଆଳି ମହାବିଦ୍ୟାଳୟ ଛାତ୍ରୀ ନିବାସ ଅର୍ଦ୍ଧନିର୍ମିତ ଜରାଜୀର୍ଣ୍ଣ ଅବସ୍ଥା

୧୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି ;- କଟକ ଜିଲ୍ଲା ଅନ୍ତର୍ଗତ ସର୍ବ ପୁରାତନ ନିଆଳି ମହାବିଦ୍ୟାଳୟ ଛାତ୍ରୀ ନିବାସଟି ଅର୍ଦ୍ଧନିର୍ମିତ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏଥି ପ୍ରତି କାହାର ଦୃଷ୍ଟି ପଡୁ ନଥିବାରୁ ବହୁ ଦୂର ଦୂରାନ୍ତରୁ ପଢ଼ିବାକୁ ଆସୁଥିବା ଛାତ୍ରୀ ମାନେ ଛାତ୍ରୀ ନିବାସରେ ନ ରହି ପାରି ନାହିଁ ନ ଥିବା ଦୁଃଖ ଭୋଗୁ ଥିବା ଦେଖିବାକୁ ମିଳିଛି । ଏବେ ଛାତ୍ରୀ ନିବାସଟିର ଅବସ୍ଥା କହିଲେ ନ ସରେ ନିର୍ମାଣଧୀନ ଛାତ୍ରୀ ନିବାସରେ ବିଭିନ୍ନ ଗଛ ଲତା ମାଡ଼ି ଯାଇ ବଣ ଜଙ୍ଗଲ ପାଲଟିଛି । ଏହି ଛାତ୍ରୀ ନିବାସଟି ୨୦୧୧ ମସିହାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ବିଶ୍ଵବିଦ୍ୟାଳୟ ମଂଜୁରୀ ଆୟୋଗଙ୍କ ଏକାଦଶ ଯୋଜନାରୁ ମିଳିଥିବା ୨୦ ଲକ୍ଷ୍ୟ ଟଙ୍କା ଯଥେଷ୍ଟ ହେଉନଥିବାରୁ ଛାତ୍ରୀ ନିବାସଟି ଏବେ ଅର୍ଦ୍ଧନିର୍ମିତ ହୋଇରହିଛି । ଏହାର ବିନିଯୋଗ ପତ୍ର କଲିକତା ସ୍ଥିତ ମଂଜୁର ଆୟୋଗଙ୍କ ଠାରେ ଦାଖଲ କରାଯାଇଥିବା ବେଳେ ଏହାର ସମାପ୍ତି ନିମନ୍ତେ ୟୁଜିସି ପକ୍ଷରୁ ଆଉ କୌଣସି ଅବଶିଷ୍ଟ ଅନୁଦାନ ଆସିନାହିଁ । ଏହାର ପୂର୍ଣ୍ଣାଙ୍ଗ ନିମନ୍ତେ ଅତ୍ୟନ୍ତ ଆଉ ୪୦ ଲକ୍ଷ୍ୟ ଟଙ୍କା ଆବଶ୍ୟକ ଥିବା ବେଳେ ମହାବିଦ୍ୟାଳୟର ନିଜଶ୍ଵ ପାଣ୍ଠି ରୁ ଏହାର ନିର୍ମାଣ କାର୍ଯ୍ୟ ସମ୍ଭବପର ହେଉନାହିଁ ।

ନିଆଳି ନିର୍ବାଚନ ମଣ୍ଡଳୀର ହଜାର ହଜାର ଛାତ୍ର ଛାତ୍ରୀ ଏହି ସର୍ବପୁରତାନ ମହାବିଦ୍ୟାଳୟ ଉପରେ ନିର୍ଭର କରିଥିବା ବେଳେ ୨୫ କିମି ଉର୍ଦ୍ଧ୍ବ ଦୂରରୁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଆସି ନିଜ ଘରକୁ ଫେରିବାରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଛାତ୍ରୀ ନିବାସର ଅଭାବ ଯୋଗୁ ଏହି ବ୍ଲକ୍ ରେ ବିଜ୍ଞାନ ଶିକ୍ଷା ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ହଷ୍ଟେଲ ର ସମ୍ପୁର୍ଣ୍ଣ କରଣ ପାଇଁ ସ୍ଥାନୀୟ ବିଧାୟକ , ସାଂସଦ ଓ ନିର୍ବାଚିତ ପ୍ରତିନିଧିମାନେ ସାହାଯ୍ୟର ହାତ ବଢ଼ାଇ ବାକୁ ଦାବି ହେଉଅଛି ।

ମହାବିଦ୍ୟାଳୟର ଅଭାବ ଅସୁବିଧା ସଂପର୍କ ରେ ଅଧ୍ୟକ୍ଷ ପ୍ରଫେସର୍ ଭାଗିରଥି ଜେନା ଏକ ସାକ୍ଷାତକାରରେ କୁହନ୍ତି ଯେ ମହାବିଦ୍ୟାଳୟର ପୁରାତନ ଆର୍ଟସ୍ ବ୍ଲକ୍ ଟି ଭଗ୍ନ ଓ ବିପଦ ସଙ୍କୁଳ ଅବସ୍ଥା ରେ ରହି ଅଛି । ଖେଳପଡ଼ିଆ ର ପ୍ରାଚୀର ନଥିବାରୁ ବିଭିନ୍ନ ସମୟରେ ଅସାମାଜିକ ଲୋକମାନଙ୍କ ଦ୍ବାରା ମହାବିଦ୍ୟାଳୟ ପରିସର ଅସୁରକ୍ଷିତ ହେଉଅଛି । ଶ୍ରେଣୀ ଗୃହ ର ଅଭାବ ସାଙ୍ଗକୁ ଶୌଚାଳୟ ଯଥେଷ୍ଟ ନୁହେଁ ।

ସମ୍ମିଳନୀ କକ୍ଷ ସମେତ ମହାବିଦ୍ୟାଳୟ ର ସାଇକେଲ ଷ୍ଟାଣ୍ଡ , ବାଳକ କମ୍ମନ୍ ରୁମ୍ ନଥିବା ପରି ମନେ ହେଉଅଛି । ସରକାରୀ ପଦବୀ ଯାହାଅଛି ସେଥି ମଧ୍ୟରୁ ୩୦ ଭାଗ ପଦବୀ ଖାଲି ପଡ଼ି ଅଛି । ମୁଖ୍ୟତଃ ସରକାରୀ ଅନୁମୋଦିତ ୧୫ ରୁ ଉର୍ଦ୍ଧ୍ବ ତୃତୀୟ ଶ୍ରେଣୀ ଓ ଚର୍ତୁଥ ଶ୍ରେଣୀ କର୍ମଚାରୀ ପଦ ଖାଲି ପଡ଼ିଛି । ଏ ଦିଗରେ ଉଚ୍ଚ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି ।

Exit mobile version