ଅଟୋ ଦୁର୍ଘଟଣା, ଜଣେ ଶିଶୁ ସମେତ ୭ ଆହତ

ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଲୁଡୁରୁ ଛକ ନିକଟରେ ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଅଟୋରେ ମୋହନା ଅଭିମୁଖେ ଯାଉଥିବା ଜଣେ ଶିଶୁ ସମେତ ୭ଜଣଙ୍କୁ ଆଘାତ ଲାଗିଛି । ଘଟଣାରୁ ପ୍ରକାଶ ଗୋବିନ୍ଦପୁର୍ ଗ୍ରାମକୁ କୋୖଣସି କାମରେ କିଛି ଲୋକ ମୋହନାକୁ ଫେରୁଥିବା ବେଳେ ଅଟୋଟି ଦୃତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା ।

ଖବର ପାଇ ୧୦୮ ପହଞ୍ଚି ଆହତ ମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମୋହନା ଗ୍ରସ୍ତରେ ଆସିଥିବା ଗଜପତି ଜିଲ୍ଲାପାଳ ଖବର ପାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତ ମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ଦିନକୁ ଦିନ ମୋହନା ବ୍ଲକ ଅଞ୍ଚଳରେ ଅଟୋ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ସାଙ୍ଗକୁ ନିଶାଗ୍ରସ୍ତ ଯୋଗୁଁ ପ୍ରତ୍ୟେକ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି ।

Exit mobile version