ନୁଆଗଡ ଦୁଗମ ଅଞ୍ଚଳର ବିଦ୍ୟାଳୟ ଓ ଉନ୍ନତି କାମର ପରିଦର୍ଶନ କଲେ ଜିଲ୍ଲାପାଳ

୧୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲାପାଳ ସ୍କୃତି ରଞ୍ଜନ ପ୍ରଧାନ ନୁଆଗଡ ବ୍ଳକର ଅଚାନକ ଦୁର୍ଗମ ଅଞ୍ଚଳର ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ୫- ଟି ସ୍କଲ କାମ ବୁଲି ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରଥମେ ଦୁର୍ଗମ ଗ୍ରାମ ପରିମଳ ପଞ୍ଚାୟତ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସମସ୍ୟା ପଚାରି ବୁଝିଥିଲେ ।

ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ପାଠ ପଢାଇଥିଲେ ଏଥିସହ ବିଦ୍ୟାଳୟ ଶିକ୍ଷକମାନଙ୍କ ସହ ଆଲୋଚନା କରି ୫ – ଟିରେ ସ୍କୁଲରେ କାମ ବୁଲି ଦେଖିଥିଲେ । ଏହାପରେ ସମ୍ବଲପୁର ପଞ୍ଚାୟତର ଏନ୍ ଝାଲରସିଂ ଆବାସିକ ବାଳିକା ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ର ଏବଂ ଶିକ୍ଷକଶିକ୍ଷୟିତ୍ରୀ ସହ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗର କାର୍ଯ୍ୟକାରିତା ଏବଂ ପାଠପଢା ବିଷୟରେ ଆଲୋଚନା କରିଥିଲେ ।

ସୁନ୍ଦରଡାଙ୍ଗ ପଞ୍ଚାୟତ ଆଟିଲିମା ଠାରେ ଜିଲ୍ଲାପାଳ ପହଞ୍ଚି ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଉକ୍ତ ଗ୍ରାମର ସମସ୍ୟା ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଥିଲେ । ଏହାପରେ କରାମା ଗ୍ରାମ ପଞ୍ଚାୟତ ସଭାଗୃହର ନିରୀକ୍ଷକ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ମହିଳା ମଣ୍ଡଳ, ସିଆର୍ପି , ଏମବିକେ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ସହ ଅଞ୍ଚଳର ସମସ୍ୟା ବିଷୟରେ ଆଲୋଚନା କରିକରି ପରେ ମୋହନା ବ୍ଳକର ଅନ୍ତରବା ବିଦ୍ୟାଳୟ ପରିଦର୍ଶନ ଅଞ୍ଚଳର ସମସ୍ୟା ନେଇ ପଚାରି ବୁଝିଥିଲେ । ଜିଲ୍ଲାପାଳ ଏହି ଗ୍ରସ୍ତ ବିଡିଓ ଲୋକନାଥ ଶବର ଓ ଏଇଇ ପ୍ରଦ୍ୟ୍ବମ୍ନ ଉପସ୍ଥତ ଥିଲେ ।

Exit mobile version