ଗ୍ରେଡ଼ ପେ ବୃଦ୍ଧି ଦାବିରେ କନ୍ଧମାଳ ଜ଼ିଲ୍ଲା ମିଳିତ ଆମଲା ମଞ୍ଚ ର ଗଣଧାରଣା

୧୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ   :- ଦୀର୍ଘ ଦିନ ଧରି ରାଜ୍ୟ ରେ କାର୍ଯ୍ୟରତ ଅମଲା ସେମାନଙ୍କ ଉପରେ ଥିବା କାର୍ଯ୍ୟ ଦାଇତ୍ୱ ଏଂବ ଶିକ୍ଷାଗତ ଯୋଗ୍ୟତା ଭିତିରେ ଗ୍ରେଡ଼ ପେ 4,200କୁ ବାରମ୍ବାର ଦାବିକରି ଆସୁଛନ୍ତି l କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନ ଥିବାରୁ ଏହାର ପ୍ରତିବାଦ ରେ ଓଡିଶା ଆମଲା ମଞ୍ଚ ର ସଭାପତି ଜ୍ଞାନ ରଞ୍ଜନ ଦାସଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜ଼ିଲ୍ଲା ମିଳିତ ଆମଲା ମଞ୍ଚ ର ଅଦକ୍ଷଙ୍କ ନେତୃତ୍ୱ ରେ କନ୍ଧମାଳ ଜ଼ିଲ୍ଲା ମିଳିତ ଆମଲା ମଞ୍ଚ ସମୂହ କାର୍ଯ୍ୟକୁ ବନ୍ଦ କରି ଆନ୍ଦୋଳନ କୁ ଓଲ୍ହାଇ ଜ଼ିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି l

ପ୍ରକାଶ ଥାଉକି ରାଜ୍ୟ ସରକାର ଙ୍କ ଆମଲା ଚାକିରୀ ସର୍ତ୍ତାବଳି ଅନୁସାରେ ଗ୍ରାଜୁଏସନ ସହ କମ୍ପୁଟର ଶିକ୍ଷା ବାଧ୍ୟ୍ୟକତା ମୂଳକ କରିଥିବା ବେଳେ ସରକାରଙ୍କ ଚାକିରୀ ରେ କୁଶଳୀ କର୍ମୀ ଭାବେ ଯୋଗଦାନ ଦେଇ ସରଳାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଫାଇଲ ଠୁ ଆରମ୍ଭ କରି ଜରୁରୀ କାଳୀନ ସେବା ଯଥା କୋଭିଡ- 19, ବାତ୍ୟା ଓ ବନ୍ୟା ଭଳି ଆପତ୍ତ କାଳୀନ ପରିସ୍ଥିତି ରେ କାର୍ଯ୍ୟ କରିଆସୁଛନ୍ତି ସେମାନଙ୍କୁ ଗ୍ରେଡ଼ ପେ 1,900ରୁ 4,200 ବୃଦ୍ଧି ନ କରିବା ବହୁ ଦୁଃଖ ର ବିଷୟ ବୋଲି କନ୍ଧମାଳ ଜ଼ିଲ୍ଲା ମିଳିତ ଆମଲା ମଞ୍ଚ ର ଅଦକ୍ଷ ଦେବେନ୍ଦ୍ର ପାତ୍ର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l

ଯଦି ସରକାର ଆମର ଏହି ଦାବିକୁ ଯଥା ଶୀଘ୍ର ପୂରଣ ନ କରନ୍ତି ତାହାହେଲେ ରାଜ୍ୟ ବ୍ୟାପି ଅର୍ନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ଏଂବ ରାଜ୍ୟ ବ୍ୟାପି ବିଶାଳ ଆନ୍ଦୋଳନ କରାଯିବ ବୋଲି କନ୍ଧମାଳ ଜ଼ିଲ୍ଲା ମିଳିତ ଆମଲା ମଞ୍ଚ ର ଅଦକ୍ଷ,କନ୍ଧମାଳ ଜ଼ିଲ୍ଲା ମିଳିତ ଆମଲା ମଞ୍ଚ ର ଆବାହକ ସୁବ୍ରତ କୁମାର ମହାନ୍ତି,ଅଶୋକ କୁମାର ଗୌଡ଼ ଙ୍କ ସମେତ ବହୁସଂଖ୍ୟାରେ ଆମଲା କର୍ମଚାରୀ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କୁ ଜଣେଇଛନ୍ତି ଏହି ଗଣ ଧାରଣାରେ ଜ଼ିଲ୍ଲାର ବହୁସଂଖ୍ୟକ ଆମଲା କର୍ମଚାରୀମାନେ ବସିଥିବା ଦେଖିବା କୁ ମିଳିଥିଲା l ଶେଷରେ ବାଲେଶ୍ୱର ଟ୍ରେନ ଦୃଘଟଣା ରେ ମୃତ୍ୟୁ ବରଣ କରିଥିବା ଅମର ଆତ୍ମା ର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ l

Exit mobile version