ମହିତମା ଫରେଷ୍ଟର ରାକେଶ କୁମାର ସାହୁ ଙ୍କ ବିରୁଦ୍ଧରେ ଅଞ୍ଚଳ ବାସୀ ଙ୍କ ଗଣଧାରଣା

ଜୁନ ୧୬ ତାରିଖରୁ ବଦଳି ଚିଠି ଆସିଥିଲେ ମଧ୍ୟ ମହିତମା ସେକ୍ସନ ଛାଡୁନାହାନ୍ତି ବନପାଳ ।

ବନପାଳ ରାକେଶ କୁମାର ସାହୁ ଙ୍କ ସମୟରେ ମହିତମା ସେକ୍ସନ ରୁ ଅଧିକ ମୂଲ୍ୟବାନ କାଠ ଚୋରା ଚାଲାଣ ହୋଇଥିବା ଅଞ୍ଚଳ ବାସୀ ଙ୍କ ଅଭିଯୋଗ ।

ଏଭଳି ବନପାଳ ଙ୍କୁ କେଉଁ ବନ ବିଭାଗ ଅଧିକାରୀ ଦେଉଛନ୍ତି ସୁରକ୍ଷା ।

୧୪ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ବନାଞ୍ଚଳ ଅଧୀନରେ ଥିବା ମହିତମା ବନପାଳ ରାକେଶ କୁମାର ସାହୁ ଙ୍କ ତୁରନ୍ତ ବଦଳି ନିମନ୍ତେ ଅଞ୍ଚଳବାସୀ ଙ୍କ ତରଫରୁ ଗଣଧାରଣା ଦିଆଯାଇଛି । ସୂଚନା ଥାଉକି ମହିତମା ବନପାଳ ରାକେଶ କୁମାର ସାହୁ ଜଙ୍ଗଲକୁ ଠିକ୍ ଭାବେ ଜଗୁନଥିବା ଯୋଗୁଁ କାଠ ମାଫିଆମାନେ ଅବାଧ ରେ ଗଛ କାଟି ଜଙ୍ଗଲରୁ ଲୁଟ୍ କରୁଛନ୍ତି ଏବଂ ପୁରୁଣା ଘରକୁ ଭାଙ୍ଗି ନୂଆ ପାଚେରି କାମରେ ଲଗାଉଛନ୍ତି । କାମ କରୁନଥିବା ଲୋକମାନଙ୍କ ଠାରୁ ଜବ କାର୍ଡ ନେଇ ଟଙ୍କା ଉଠାଉଛନ୍ତି ।

ଏଭଳି ଦୁର୍ନୀତି କରିବା ସହ ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି ମହିତମା ଫରେଷ୍ଟର ରାକେଶ କୁମାର ସାହୁ। ଏ ନେଇ ଫରେଷ୍ଟ ଶ୍ରୀ ସାହୁଙ୍କୁ ତୁରନ୍ତ ବଦଳି କରିବା ନେଇ ଜିଲ୍ଲାପାଳ, ବିଧାୟକ, ଆର୍ ସି ଏଫ୍, ପି ସି ଏଫ୍, ଏସ୍ ପି, ଡି ଏଫ୍ ଓ ଙ୍କୁ ଚଳିତ ମାସ ୧୪ ତାରିଖ ପୂର୍ବରୁ ବଦଳି କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ନମିଳିବାରୁ ଆଜି ମହିତମା ବିଟ୍ ସମ୍ମୁଖରେ ଅଞ୍ଚଳବାସୀ ଗଣଧାରଣା ଦେଇଛନ୍ତି।

ଗତ ଜୁନ ମାସ ୧୬ ତାରିଖରୁ ଆର୍ ସି ଏଫ୍ କାର୍ଯ୍ୟାଳୟରୁ ମହିତମା ଫରେଷ୍ଟର ଙ୍କ ବଦଳି ପାଇଁ ଚିଠି ହୋଇଥିବା ବେଳେ ଏଭଳି ଦୁର୍ନୀତି ଗ୍ରସ୍ତ ଫରେଷ୍ଟର କୁ କିଏ ସୁରକ୍ଷା ଦେଇଛି ,ଯାହାକି ଏକ ମାସ ବିତି ଯାଇଥିଲେ ମଧ୍ୟ ବଦଳି ହୋଇନି । ମହିତମା ସେକ୍ସନ ଛାଡ଼ି ଯିବାକୁ କାହିଁକି ଚାହୁଁନାହାନ୍ତି ମହିତମା ଫରେଷ୍ଟର? ମହିତମା ସେକ୍ସନ ପ୍ରତି କି ମୋହ ଲାଗିଛି ମହିତମା ଫରେଷ୍ଟର ଙ୍କ ବୋଲି ଅଞ୍ଚଳବାସୀ ଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି।ଏହି ସମସ୍ୟା ପ୍ରତି ୫ ଟି ସଚିବ,ବିଭାଗୀୟ ମନ୍ତ୍ରୀ ,ବିଭାଗୀୟ ଅଧିକାରୀ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଏଭଳି ଦୁର୍ନୀତି ଗ୍ରସ୍ତ ଫରେଷ୍ଟର ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯାଇ ତୁରନ୍ତ ବଦଳି କରାଗଲେ ମୂଲ୍ୟବାନ ଜଙ୍ଗଲ ସୁରକ୍ଷିତ ରହିବ ବୋଲି ଅଞ୍ଚଳବାସୀ କହିଛନ୍ତି।

Exit mobile version