ଖୋର୍ଦ୍ଧାରୋଡ଼ ମେମୁ କାର୍ ସେଡରେ ଅତିରିକ୍ତ ଭିତ୍ତିଭୂମି ସ୍ଥାପିତ

୧୩ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାରୋଡ଼ ମେମୁ କାର୍ ସେଡ୍ ରେ ଅତିରିକ୍ତ ପ୍ରମୁଖ ଭିତ୍ତିଭୂମି ପ୍ରତିଷ୍ଠିତ ହେଇ ଯାଇଛି | ଶ୍ରୀ ରିଙ୍କେଶ ରାୟ, ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ,ଏହି ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟକୁ ଉଦଘାଟନ କରିଥିଲେ। ୩୦ ଟନ୍ କ୍ଷମତା ବିଶିଷ୍ଟ ଓଭର ହେଡ୍ କ୍ରେନ୍ ସହିତ ଭାରୀ ମରାମତି ନିରକ୍ଷଣ ପଥ,ମେମୁ କାର୍ ସେଡ୍ ସ୍ଥାପନ କରାଯାଇଛି | ପ୍ରମୁଖ ମରାମତି କାର୍ଯ୍ୟ ଯେ’ପରିକି,ଟ୍ରାକ୍ସନ୍ ମୋଟର ପରିବର୍ତ୍ତନ,ବଗି ଏବଂ ଚକ ସେଟ୍ ଚେଞ୍ଜ୍ ଇତ୍ୟାଦି କରିବା ପାଇଁ,ଏହି ଭାରୀ ମରାମତି ନିରକ୍ଷଣ ପଥ ବ୍ୟବହାର କରାଯିବ|

ପୂର୍ବରୁ ଏହି କାର୍ଯ୍ୟଗୁଡିକ ପିଟ୍ ଏବଂ ସିଙ୍କ୍ରୋନସ୍ ଜ୍ୟାକ୍ ସାହାଯ୍ୟରେ ମେମୁ କୋଚ ଗୁଡ଼ିକୁ ଉଠେଇକି କରାଯାଉଥିଲା|ବର୍ତ୍ତମାନ ଏହି ୩୦ ଟନ୍ କ୍ଷମତା ବିଶିଷ୍ଟ ଓଭରହେଡ୍ କ୍ରେନ୍ ସହିତ ଭାରୀ ମରାମତି ନିରକ୍ଷଣ ପଥ ସାହାଯ୍ୟରେ ମେମୁ କୋଚଗୁଡିକ ରିମୋଟ କଣ୍ଟ୍ରୋଲ ସାହାଯ୍ୟରେ ୪ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଠାଯାଇପରିବ ଏବଂ ୧୦୦ ମିଟର ପର୍ଯ୍ୟନ୍ତ ସ୍ଥାନାନ୍ତରିତ ହୋଇପାରିବ| ଏହି ଯାନ୍ତ୍ରିକ କୌଶଳ ମେମୁ କୋଚ ଗୁଡିକର ସହଜ ରକ୍ଷଣା,ବେକ୍ଷଣରେ ସାହାଯ୍ୟ କରେ| ମେମୁ ଶେଡରେ ଆଧୁନିକ ସୁବିଧା ସହିତ ଏକ ଷ୍ଟୋର ଡିପୋ ବିକଶିତ କରାଯାଇଛି,ଯାହା ମେମୁ କୋଚ୍ ରକ୍ଷଣା,ବେକ୍ଷଣ ପାଇଁ ବ୍ୟବହୃତ ସାମଗ୍ରୀ

ଏବଂ ଯନ୍ତ୍ରପାତିର ସଠିକ୍ ରକ୍ଷଣା,ବେକ୍ଷଣରେ ଉପଯୋଗୀ ହେବ| ବର୍ତ୍ତମାନ ମେମୁ ଶେଡ୍ ୧୭ ମିମୁ ରେକ୍ ସହିତ କାରବାର କରୁଛି ଯାହା ୩୬ ମେମୂ ଟ୍ରେନ୍ ଚଲାଇବା ପାଇଁ ବ୍ୟବହୃତ| ଶ୍ରୀ ରିଙ୍କେଶ ରାୟ, ମେମୁ କାର ସେଡର ବୈଷୟିକ ଟିମକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭିତ୍ତିଭୂମିର ପରବର୍ତ୍ତୀ ବିକାଶ ପାଇଁ ପରାମର୍ଶ ଦିଆଯାଇଛି, ଯାହାଦ୍ୱାରା ଆଗାମୀ ଦିନରେ ଅଧିକ ମେମୁ ଟ୍ରେନର ରକ୍ଷଣାବେକ୍ଷଣ ହୋଇପାରିବ |

ଏହି ଅବସରରେ ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ଶୁଭ୍ର ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଇନ୍ଫ୍ରା, ଶ୍ରୀ ବି.କେ. ରୟେ, ଜେନେରାଲ୍ ମ୍ୟାନେଜର/ଆରଭିଏନ୍ଏଲ୍ ଏବଂ ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ। ଶ୍ରୀ ଆଲୋକ ରଂଜନ ମହାନ୍ତି,ଖୋର୍ଦ୍ଧାରୋଡ଼ ମଣ୍ଡଳ ର,ବରିଷ୍ଠ ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ (ଅପରେସନ୍) ଏବଂ ଶ୍ରୀ ସୌମ୍ୟ କାନ୍ତ ଦାସ, ସହକାରୀ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର (ମେମୁ)ଙ୍କ ନେତୃତ୍ୱରେ, ମେମୁ ଶେଡରେ ଅତିରିକ୍ତ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇଛି |

Exit mobile version