କେରେଡାଙ୍ଗ ଶିବ ମନ୍ଦିରକୁ ଅନୁଦାନ, ଜଣାଇଲେ ରାଜ୍ୟ ସରକାରଙ୍କୁ କୃତଜ୍ଞତା

୧୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି  :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ କେରେଡାଙ୍ଗ ଗ୍ରାମର ଶିବ ମନ୍ଦିର ପରିସର ଠାରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ,ବ୍ଲକ ସଭାପତି ଯୋହନ ମାଝି, ସାଂସଦ ପ୍ରତିନିଧି ବିନୟ କୁମାର ପାଣି(ରିଙ୍କୁ) ଜିଲ୍ଲା ଉପ ସଭାପତି ଜେମ୍ସ ରାଇକା,ଜିଲ୍ଲା ସମ୍ପାଦକ ଯକ୍ଷୀୟ ମଣ୍ଡଳ, ଆର.ଉଦୟଗିରୀ ବ୍ଲକ ସଭାପତି ଭୀମ ପାଇକ, ସ୍ଥାନୀୟ ସରପଞ୍ଚ ଅନ୍ନପୂର୍ଣ୍ଣା ପୂଜାରୀ, ସମିତିସଭ୍ୟା କନ୍ଧୁଣି ବେହେରା,ଏସଡିସି ପ୍ରଦସ୍ୟ ଗଣ ଅତିଥି ଭାବେ ଯୋଗଦାନ କରି ଥିବାବେଳେ ବରିଷ୍ଟ ବିଜେଡି କର୍ମୀ କ୍ରୀଷ୍ଣା ନାୟକ,

ଶରତ ଲିମା ଏବଂ ବିଜେଡି କର୍ମୀ ଉପସ୍ଥିତ ଥିଲେ। ଅତିଥି ମାନଙ୍କୁ ଉପଢିଙ୍କନ ଦେଇ ସମ୍ମାନିତ କରି ଶିବମନ୍ଦିର କାର୍ଯ୍ୟ ଆରମ୍ଭ ସକାଶେ ଭୂମିପୂଜା କରିଥିଲେ ଅତିଥି ଗଣ।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ମେ ମାସରେ ୨ଦିନିଆ ଗଜପତି ଜିଲ୍ଲା ଗସ୍ତ କରିଥିଲେ। ଗସ୍ତ ସମୟରେ ବ୍ଲକର ବିଭିନ୍ନ ପଞ୍ଚାୟତ ସ୍ତରର ସମସ୍ୟା ସମ୍ପର୍କରେ ଶ୍ରୀ ପାଣ୍ଡିଆନଙ୍କୁ ଲିଖିତ ଅଭିଯୋଗ କରିଥିଲେ ଅଞ୍ଚଳବାସୀ। ସେହିଭଳି କେରେଡାଙ୍ଗ ଗ୍ରାମର ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ନିମନ୍ତେ ସହାୟତା ରାଶି ନିମନ୍ତେ ଲିଖିତ ଭାବେ ଜଣାଇଥିଲେ

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବ୍ଲକର ଚର୍ଚ୍ଚ ଏବଂ ମନ୍ଦିର ନିମନ୍ତେ ୨କୋଟି ୭୯ଲକ୍ଷ ଟଙ୍କା ଅନୁମୋଦନ ଭେଟି ଦେଇଛନ୍ତେ। ସେଥିରେ କେରେଡାଙ୍ଗ ଶିବ ମନ୍ଦିର ପୁନରୁଦ୍ଧାର ନିମନ୍ତେ ୧୦ଲକ୍ଷ୍ୟ ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର ।ତେଣୁ କେରେଡାଙ୍ଗ ଗ୍ରାମବାସୀ ଏବଂ ମନ୍ଦିର କମିଟି ତରଫରୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ସହ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟ କ୍ରମାକୁ ସଭାପତି କୈଳାସ ମହାନ୍ତି, ସମ୍ପାଦକ ମାଧବ ପ୍ରସାଦ ଦଳାଇ ପରିଚାଳନାରେ ସହଯୋଗ କରିଥିଲେ।

Exit mobile version