ଏକାମ୍ର ରେ ୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ ଗୋଟି ୱାର୍ଡରେ ପ୍ରାୟ ଚାରି କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଦ୍ଵାରା ଶିଳାନ୍ୟାସ ଓ ଉଦଘାଟନ ହୋଇଯାଇଛି । ସେଥିମଧ୍ୟରୁ ୱାର୍ଡ ନଂ ୫୬ ରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନ ରେ କଳ୍ପନା ପାଣିଟାଙ୍କି ବିଜୁ ଆଦର୍ଶ କଲୋନୀର ଗୋଷ୍ଠୀ ଗୃହ ଉନ୍ନତିକରଣ ,ତ୍ରିନାଥ ମଣ୍ଡପର ଉନ୍ନତିକରଣ, ଅଧେଇ ଖାଲ ଅରବିନ୍ଦ କଲୋନୀ,

ଗଧିଆ ଖାଲ ଗୋଷ୍ଠୀ ଗୃହ ଉନ୍ନତିକରଣ ଏବଂ ମହିଂସା ଖାଲ ବିଜୁ ଆଦର୍ଶ କଲୋନୀ ୟୁଥ୍ କ୍ଳବ୍ ,ବଡଗଡ ଉଚ୍ଚ ବିଦ୍ୟାଳୟ ରେ ପ୍ରାଚେରି ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ସେହିପରି ୱାର୍ଡ ନଂ ୪୪ରେ ଭୁବନେଶ୍ୱର ମହାନଗର ନିଗମ ଦ୍ବାରା ବଡଗଡ ଗ୍ରାମରେ ପ୍ରାୟ ଅଢେ଼ଇ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କୁ ମନ୍ତ୍ରୀ ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ ସେଥିମଧ୍ୟରୁ ବଡଗଡ ଛକ ଠାରୁ ଗ୍ରାମ ମଧ୍ୟକୁ ପେଭର୍ ବ୍ଲକ୍ ରାସ୍ତା,

ପାତ୍ର ସାହି ରାସ୍ତା ଓ କଲଭର୍ଟ,ୱାର୍ଡ ନଂ ୫୭ ରେ ପ୍ରାୟ ଦେଢ଼ କୋଟି ଟଙ୍କାରେ ପାଣ୍ଡବ ଗୁମ୍ଫା, ସରସ୍ଵତୀ ଶିଶୁ ମନ୍ଦିର,ଇ ବି ଅଞ୍ଚଳ ପ୍ରଭୃତିରେ ରାସ୍ତା ଓ ନାଳ ର ମଧ୍ୟ ଶିଳାନ୍ୟାସ ହୋଇଥିଲା । କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଂହର, କର୍ପୋରେଟର କେ ଶାନ୍ତି,ବିରଞ୍ଚି ନାରାୟଣ ମହାସୂପକର,ଅଜିତ ବେହେରା,ସନ୍ତୋଷ ସିଂ,ପୂର୍ବତନ କର୍ପୋରେଟର ପ୍ରତାପ ଜେନା,ଅଶୋକ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version