Home ଓଡ଼ିଶା କୋଚିଙ୍ଗ ସେଣ୍ଟର ପକ୍ଷରୁ ବନ ମହୋତ୍ସବ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଗିରିକାନପାଲ୍ଲୀ ପଞ୍ଚାୟତ ର ଏମ୍.ଭି- ୯୫ ଗ୍ରାମର ପବିତ୍ର ବିଶ୍ୱାସ କୋଚିଙ୍ଗ ସେଣ୍ଟର ତରଫରୁ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି । ପବିତ୍ର ବିଶ୍ୱାସ କୋଚିଙ୍ଗ ସେଣ୍ଟର ର ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି, ଉକ୍ତ କୋଚିଙ୍ଗ ସେଣ୍ଟର ର ପ୍ରତିଷ୍ଠିତା ଶ୍ରୀ ପବିତ୍ର ବିଶ୍ୱାସ ଙ୍କ କହିବା ଅନୁଯାୟୀ ସେ ଦୀର୍ଘ ବର୍ଷ ଧରି ବହୁ ସ୍ଥାନରେ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ନିଜେ ପାଠପଢିବା ସହିତ ବହୁ ସଂଖ୍ୟକ ପିଲାମାନଙ୍କୁ ପାଠ ମଧ୍ୟ ପଢେଇଛନ୍ତି, ତାଙ୍କର ଗୋଟିଏ ସ୍ବପ୍ନ ଥିଲା ଯେ ସେ ନିଜ ଗାଁ ର ପିଲାମାନଙ୍କ ପାଇଁ କିଛି କରିବ ବୋଲି ହେଲେ ନାନା ପ୍ରକାର ଅସୁବିଧା ହେଉଥିବାରୁ ସେ ତାଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିପାରୁନଥିଲେ, ହେଲେ ଗାଁର କିଛି ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହରେ ଆଜି ସେ ତାହା କରିପାରିଛନ୍ତି ଏବଂ ସେଥିପାଇଁ ସେ ଆଜିର ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତି ବର୍ଷ ଏହିପରି ଭାବରେ ସ୍ଥାନୀୟ ଅଞ୍ଚଳରେ ବୃକ୍ଷ ରୋପଣ କରିବେ । ଆପଣଙ୍କ ଅବଗତ ନିମନ୍ତେ ଜଣାଇବାକୁ ଚାହୁଁଛି କି ଯେ ସେ ତାଙ୍କ ର ଏହି କୋଚିଙ୍ଗ ସେଣ୍ଟର ମଧ୍ୟରେ ଏହି ବର୍ଷ ଦଶମ ଶ୍ରେଣୀରେ ଶତ ପ୍ରତିଶତ ହାସଲ କରିବା ସହିତ ପଞ୍ଚମ ଶ୍ରେଣୀର ଆଦର୍ଶ ପରୀକ୍ଷାରେ ମଧ୍ୟ ଶତ ପ୍ରତିଶତ ହାସଲ କରିପାରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ପରେ କୋଚିଙ୍ଗ ସେଣ୍ଟର ରେ ଏକ ପରୀକ୍ଷା ମୂଳକ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା, ଉକ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଥମ ଶ୍ରେଣୀର ଚନ୍ଦ୍ରିକା ମଣ୍ଡଲ, ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ନବମ ଶ୍ରେଣୀର ମନିଶଙ୍କର ମଣ୍ଡଲ, ତୃତୀୟ ସ୍ଥାନର ଅଧିକାର କରିଛନ୍ତି ପଞ୍ଚମ ଶ୍ରେଣୀର ଲଭଲି ମଣ୍ଡଲ ଏବଂ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହିଭଳି ଅନେକ ନୂଆ ନୂଆ ଢାଞ୍ଚାରେ ପିଲାମାନଙ୍କୁ ପ୍ରକୃତି ପ୍ରତି ଯତ୍ନବାନ ହେବା ପାଇଁ ଉତ୍ସାହ ଦେଇଥିବାରୁ ସ୍ଥାନୀୟ ମହଲରେ ତାଙ୍କର ଏହି କୋଚିଙ୍ଗ ତଥା ତାହାର ଶିକ୍ଷା ବ୍ୟବସ୍ଥା କୁ ବୁଦ୍ଧିଜୀବୀ ମହଲରେ ବହୁ ପ୍ରଶଂସା କରାଯାଉଛି ଏବଂ ଆଗାମୀ ଦିନରେ ଏହି କୋଚିଙ୍ଗ ସେଣ୍ଟର ଆହୁରି ଅନେକ ସଫଳତା ହାସଲ କରୁ ବୋଲି ସ୍ଥାନୀୟ ଲୋକମାନେ ବ୍ୟକ୍ତ କରିଛନ୍ତି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026