ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍‌ ମୋବିଲିଟି ପକ୍ଷରୁ ଜୁନ୍‌ରେ ୨୫୨୯ ଇଲେକ୍ଟ୍ରିକ୍‌ ଦୁଇଚକିଆ ଯାନ ଡେସ୍‌ପ୍ୟାଚ୍‌

୧୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :- ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମର ଭାରତର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍‌ ମୋବିଲିଟି ଲିମିଟେଡ୍ ପକ୍ଷରୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ରେ ୧୯ ପ୍ରତିଶତ ଅଭିବୃଦ୍ଧି ହାସଲ କରାଯାଇଛି । କଂପାନି ପକ୍ଷରୁ ୨୦୨୩ ଜୁନ୍‌ରେ ୨,୫୨୯ ଲୋ-ସ୍ପିଡ୍ ଓ ହାଇ ସ୍ପିଡ୍ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରାଯାଇଛି, ଯେଉଁ ବିକ୍ରି ସଂଖ୍ୟା ଗତବର୍ଷ ଜୁନ୍‌ରେ ୨,୧୨୫ ୟୁନିଟ୍ ଥିଲା ।

ମାସିକ ଅଭିବୃଦ୍ଧି ଆଧାରରେ ଚଳିତ ବର୍ଷ ମେ’ ତୁଳନାରେ କଂପାନି ୪୭୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ମେ’ରେ ୫୩୨ ଇଲେକ୍ଟ୍ରିକ୍‌ ଦୁଇଚକିଆ ଯାନ ବିକ୍ରି ହୋଇଥିଲା । କଂପାନିର ପ୍ରଦର୍ଶନ ଓ ଡେଲିଭରି ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଆଲୋଚ୍ୟ ମାସରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ପାଇଁ ଉତ୍ସାହ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି ଓ ଆମ ଡିଲର୍‌ସିପ୍‌ରେ ଗ୍ରାହକଙ୍କ ପ୍ରବେଶ ଓ ଅନୁସନ୍ଧାନ ବୃଦ୍ଧି ପାଇଛି ।

ଉତ୍ସବ ଋତୁ ପାଖେଇ ଆସୁଥିବା ବେଳେ ଆମେ ଆଶା କରୁଛୁ ଯେ ଏହି ଧାରା ଜାରି ରହିବ, ଫଳରେ ବିକ୍ରି ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ । ସେହି ଚାହିଦାରୁ ଲାଭ ଉଠାଇବା ଲାଗି ଆମେ ଦ୍ୱିତୀୟ ତ୍ରୈମାସିକରେ ଭାରତର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ନୂଆ ଡିଲରସିପ୍ ସ୍ଥାପନ କରିଛୁ । ଦୃଢ଼ ବିଶ୍ୱାସ ସହିତ ନିରନ୍ତର ଅଭିବୃଦ୍ଧି ପାଇଁ ଆମର ଲକ୍ଷ୍ୟ ରହିଛି ଯାହା ଇଲେକ୍ଟ୍ରିକ୍ ଗମନାଗମନ କ୍ଷେତ୍ରରେ ଆମ ସ୍ଥିତିକୁ ସୁଦୃଢ଼ କରିବ ।’’ 

Exit mobile version