ଜଙ୍ଗଲ ପୁନରୁଦ୍ଧାର ପାଇଁ ବନୀକରଣ ଚାରା ରୋପଣ

୦୯ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ଭୁବନେଶ୍ୱର  :- ଭୁବନେଶ୍ୱର ଉପକଣ୍ଠରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ଆଂଚଳିକ ବିକାଶ ପରିଷଦ(ଏବିପି) ପକ୍ଷରୁ ପରିବେଷ ସୁରକ୍ଷା ସଚେତନତା ଓ ବୃକ୍ଷ ରୋପଣ କରାଯାଇଥିଲା । ଜୟପୁର ନିକଟ ଏକ ପଡ଼ିଆରେ ଶତାଧିକ ଏବିପି ସଦସ୍ୟ ବୁଦ୍ଧିଜୀବୀ ତଥା ପ୍ରକୃତିପ୍ରେମୀଙ୍କ ଦ୍ୱାରା ସଚେତନତା ସଭା, ବୃକ୍ଷ ରୋପଣ କରାଯିବା ସହ ଗ୍ରାମବାସୀଙ୍କ ସହଯୋଗରେ ପଡ଼ିଆ ଚାରିପଟେ ବାଡ଼ ବୁଲାଯାଇଥିଲା ।

ବର୍ଷାକୁ ଆଖି ଆଗରେ ରଖି ବ୍ୟାପକ ବୃକ୍ଷରୋପଣ ଓ ଏହାର ସୁରକ୍ଷା କରାଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ ବିପିନ ବିହାରୀ ମିଶ୍ର, ରବିନ୍ଦ୍ର କୁମାର ରାଉତରାୟ, ମିଳିତ ମହାମଂଚର ଆବାହକ ଲିଙ୍ଗରାଜ ସାହୁ, ବାଳକୃଷ୍ଣ ରାଉତ, ଆଂଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି ତଥା ସାହିତ୍ୟକ ଅକ୍ଷୟ ସ୍ୱାଇଁ,

ସମ୍ପାଦକ ଅରୁଣ କୁମାର ପୁରୋହିତ, ଗ୍ରାମବାସୀ ଲଲିତ କୁମାର ସାହୁ, ବୃନ୍ଦାବନ ରାଉତ, ବିଦ୍ୟାଧର ବରାଳ, ଲକ୍ଷ୍ମୀଧର ସ୍ୱାଇଁ, ରମେଶ ଜେନା, ବିଷ୍ଣୁ ବିଶ୍ୱାଳ, ପରିବେଶବିତ୍ ଲକ୍ଷ୍ମୀଧର ପ୍ରଧାନ, ପ୍ରଶାନ୍ତ ମିଶ୍ର, ବସନ୍ତ ମହାରଣା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପ୍ରଦ୍ୟୁମ୍ନ ଜେନା, ଲିଙ୍ଗରାଜ ଜେନା, ପ୍ରକାଶ ସ୍ୱାଇଁ, ଜିତେନ୍ଦ୍ର ଜେନା, ତପନ ସାମନ୍ତରାୟ, ଦେବରାଜ ବେହେରା ପ୍ରମୁଖ ପରିଚାଳଣା କରିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା

Exit mobile version