ନୂଆଗଡ଼ ନୂତନ ଗ୍ରାମ୍ୟ ଉନ୍ନୟନ କମିଟି ଗଠନରେ ଯୁବକଙ୍କୁ ପ୍ରାଧାନ୍ୟ

ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ ;- କଟକ ତେଲଙ୍ଗାପେଣ୍ଠ ନିକଟସ୍ଥ କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ , ନୂଆଗଡ଼ ଗ୍ରାମର ନୂତନ ଗ୍ରାମ୍ୟ ଉନ୍ନୟନ କମିଟି ଗଠନ ନିମନ୍ତେ , ରବିବାର ଦିନ ଏକ ବୈଠକ ଅନନ୍ତ ବଳିଆ କଲେଜ ପରିସରରେ , ପୂର୍ବତନ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଯତିନ୍ଦ୍ର ନାଥ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରାମର୍ଶ ଦାତା ତଥା ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ପ୍ରସନ ସାହୁ, ଶିଶିର କୁମାର ରାଉତରାୟ,

କେଦାର ନାଥ ସିଂ,ପ୍ରଦୀପ ଖୁଣ୍ଟିଆ,ଦୈତାରୀ ସାହୁ ପ୍ରମୁଖ ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତି ଏବଂ ଯୁବକ ମାନେ ଉପସ୍ଥିତ ରହି, ଗ୍ରାମର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କିପରି ହେବ ସେନେଇ ବୈଠକରେ ଆଲୋଚନା କରା ଯାଇଥିଲା । ଏହି ସବୁ କାର୍ଯ୍ୟ କରିବା ପାଇଁ ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ଶାରୀରିକ ସମସ୍ୟା ଯୋଗୁଁ ବିଭିନ୍ନ ସ୍ଥାନକୁ ଯାଇଆସି ପାରୁନାହାନ୍ତି ।

ଏଣୁ ଯୁବକ ମାନଙ୍କୁ ନୂତନ କମିଟି ଗଠନରେ ଦାୟିତ୍ୱ ଦିଆଗଲେ , ସେମାନେ ବୟଜ୍ୟେଷ୍ଠ ପରାମର୍ଶ ଦାତାଙ୍କ ଠାରୁ ପରାମର୍ଶ ନେଇ ସୁରୁଖୁରୁରେ କାର୍ଯ୍ୟ ସଂପାଦନ କରିପାରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହାକୁ ଭିତ୍ତି କରି ନୂତନ ଗ୍ରାମ୍ୟ ଉନ୍ନୟନ କମିଟି ଗଠନରେ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା ।

ଯାହା ଫଳରେ ସଭାପତି ଭାବେ ବିକ୍ରମ କେଶରୀ ଶତପଥୀ । ସଂପାଦକ ଭାବେ ସନ୍ତୋଷ ସାମନ୍ତରାୟ । କାର୍ଯ୍ୟକାରୀ ସଭାପତି ଭାବେ ବିଜୟ କୁମାର ରାଉତରାୟ ଏବଂ ତ୍ରୈଲୋକ ପ୍ରଧାନ । ଉପ ସଭାପତି ଭାବେ ଦେବେନ୍ଦ୍ର ନାୟକ ଓ ଗଣେଶ ବରାଳ । ସହ ସଂପାଦକ ଭାବେ ବିଜୟ କୁମାର ପ୍ରଧାନ ଏବଂ ସଞ୍ଜୟ ଖୁଣ୍ଟିଆ ।

ଅର୍ଥ ସଂପାଦକ ଭାବେ ସଞ୍ଜୟ ମହାପାତ୍ର , ସହ ଅର୍ଥ ସଂପାଦକ ଭାବେ ବ୍ରିଜେଶ ଶତପଥୀ । ମୁଖ୍ୟ ସଚୀବ ଭାବେ ପ୍ରଶାନ୍ତ ମହାପାତ୍ର, ଗ୍ରାମର ମହନ୍ତ ଡ଼ମ୍ବୁରଧର ସାମନ୍ତରାୟ , ଅଧିକାରୀ ସଦାଶିବ ମହାନ୍ତି। ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତି ଯତିନ୍ଦ୍ର ନାଥ ଶତପଥୀଙ୍କ ସମେତ ଆଠଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି ।

ନୂତନ କମିଟିର ନବ ନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ ଗ୍ରାମବାସୀ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ । ନବ ନିର୍ବାଚିତ ସଭାପତି, ସଂପାଦକ ,କାର୍ଯ୍ୟକାରୀ ସଭାପତି, ଉପ ସଭାପତି, ସହ ସଂପାଦକଙ୍କ ସମେତ କର୍ମକର୍ତ୍ତାମାନେ ମା ହାଡ଼ବାଇ, ମା ଦୁଲାଦେଇ ପ୍ରଭୁ ବାଲୁଙ୍କେଶ୍ୱରଙ୍କ ନାମରେ ଶପଥ ନେଇ, ଗ୍ରାର ବିଭିନ୍ନ ଉନ୍ନୟନ ମୂଳ କାର୍ଯ୍ୟରେ ସଦା ସର୍ବଦା କାର୍ଯ୍ୟ କରିବେ ବୋଲି ଉପସ୍ଥିତ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

Exit mobile version