ଜିଲ୍ଲାପାଳ ଗ୍ରସ୍ତରେ ଆସି ବିଭିନ୍ନ ଗ୍ରାମ ଲୋକଙ୍କୁ ସମସ୍ୟା ପଚାରି ବୁଝିବା ସହ ବିଦ୍ୟାଳୟ ପରିଦସନ କରିଥିଲେ

୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଆର,ଉଦୟଗିରି ବ୍ଳକ ଜିଲ୍ଲାପାଳ ସ୍କୃତି ରଞ୍ଜନ ପ୍ରଧାନ ରାତ୍ର ଯାପନ ପରେ ଭୋର ଭୋର ଜୀଲ୍ଲାପାଳ ବ୍ଳକ ଅଧିକାରୀଙ୍କୁ ଧରି ବିଭିନ୍ନ ଗ୍ରାମ ଓ ବିଦ୍ୟାଳୟ ପରିଦର୍ଶନରେ ବାହାରି ପଢିଥିଲେ । ପ୍ରଥମେ ଶବରପଲ୍ଲୀ ଗ୍ରାମରେ ଥିବା ଆଶ୍ରମ ସ୍କୁଲ ବିଦ୍ୟାଳୟ ଯାଇ ସମସ୍ୟା ନେଇ ଛାତ୍ରଛାତ୍ରୀ ମାନସହ ବିଭିନ୍ନ ସମସ୍ୟା ଏବଂ ପାଠପଢା ନେଇ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ ଟଇଲେଟ୍ ଓ ବିଦ୍ୟାଳୟର ପାଚେରି ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଛାତ୍ରୀଛାତ୍ରଙ୍କୁ ପ୍ରତିଶୃତି ଦେଇଥିଲେ । ଶବରପଲ୍ଲୀ ଗ୍ରାମ ଗ୍ରସ୍ତକରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ସରକାରଙ୍କ ଯୋଜନା ଗୁଡିକ ଲୋକଙ୍କ ପାଖରେ କେମିତି ପହଞ୍ଚି ଏହାକୁ ଲୋକଙ୍କୁ ପଚାରିବୁଝିଥିଲେ ।

ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ, ଖାଉଟି କାର୍ଡ, ଭତ୍ତା, ପ୍ରଧାନମନ୍ତୀ ଆବାସ ଯୋଜନା ଓ ମନରେଗା ଯୋଜନାରେ ଜବକାର୍ଡ ଉପରେ ଲୋକଙ୍କ ସହ ଆଲୋଚନା କରିଥିଲେ । ଗ୍ରାମର ପ୍ରଧାନମନ୍ତୀ ଯୋଜନାରେ ଗୃହ ହିତଅଧିକାରୀ ସହିତ ନୂଆଁ ଘର ନିର୍ମାଣ କାର୍ଯ୍ୟ ସମଧ ଉପରେ ଆଲୋଚନା କରିଥିଲେ । ଏହାପରେ ସୁଣ୍ଡୁରବା ବାଳିକା ହାଇସ୍କୁଲ ପରିଦଶନ ଯାଇ ଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଥିଲେ ଏବଂ ବିଦ୍ୟାଳୟ ସମସ୍ତ ସମସ୍ୟା ସମ୍ପର୍କ ଆଲୋଚନା କରିଥିଲେ । ବିଦ୍ୟାଳୟରେ ନିର୍ମାଣ ହୋଇଥିବା ସାର୍ଟ ଶ୍ରେଣୀଗୃହ ଅସପୁନ୍ନ ଥିବା ଦେଖି ଆଇଟିଡିଏ ବିଭାଗ ଯନ୍ତୀଙ୍କୁ ତୁରନ୍ତ ଅସପୁନ୍ନ ଥିବା କାମକୁ ସେଷକରିବାକୁ ନିର୍ଦେଶ ଦେଇଥିଲେ ।

ଲୁବୁସିଂ ଗ୍ରାମରେ ଥିବା ତାଲଗୁଡା ସମିତି ବୁଲି ଦେଖିଥିଲେ । ଏହାପରେ ଆର,ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଆଉଡୋର, ଡିଫେନ୍ସ ଓ୍ବାର୍ଡ, ଲେବ୍ ଇଷ୍ଟିମେଣ୍ଟ୍କଣ ଏବଂ ନୂତନ କୋଠା ନିର୍ମାଣ ପାଇଁ ଜାଗା ନିରୁପମା ପାଇଁ ଆଲୋଚନା କରିଥିଲେ । ଆର,ଉଦୟଗିରି ଗ୍ରାମରେ ମନରେଗା ଯୋଜନାରେ ନିର୍ମାଣ ହୋଇଥିବା ଅମୁତ ସରବସ୍ ବୁଲି ଦେଖିଥିଲେ । ଜିଲ୍ଲାପାଳ ସହ ବିଡିଓ ଲରିମନ ଖର୍ସେଲ ଓ ସାମାଜିକ ସୁରକ୍ଷା ଅଧିକାରୀ ଅରଣ ଉଦୟଭାନୁ ଉପସ୍ଥିତ ଥିଲେ ।

Exit mobile version