ଗୁମ୍ମା ବନ ବିଭାଗ ତରଫରୁ ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

 ୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଦେବଗିରି ବନାଞ୍ଚଳ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଗୁମ୍ମା ବିଟ୍ ଗୁମ୍ମା ବ୍ଲକ ଅଞ୍ଚଳରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଇ.ଜି.ସି ଯୋଜନା ଅନୁସା ରେ ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକ୍ରମ ଚାଲୁରହିଛି ଜନ ସାଧାରଣଙ୍କୁ ଆଧାର କାର୍ଡ ପିଛା ୧ ଟଙ୍କା ଭାବଦରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦ ଗୋଟି ବିଭିନ୍ନ ପ୍ରକାରର ଚାରା ଯଥା :  ଆମ୍ବ,ପଣସ, କାଜୁ, ଲେମ୍ବୁ,ଡାଳିମ୍ବ, ଅହଂଳା ଖୁଳି,ଶିଶୁଆ ଆଦି ଚାରା ବଣ୍ଟନ କରାଯାଇଥିଲା ।

ବନ ବିଭାଗ ଅଧିକାରୀ ଦିବାକର ଲେଙ୍କାଙ୍କ ସୂଚନା ଅନୁଯାୟୀ ୪୦ ହଜାର ଚାରା ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ ବନ ବିଭାଗ କର୍ମଚାରୀ ଦିବାକର ଲେଙ୍କା ପରିଚାଳନା କରିଥିବା ବେଳେ ବନ ରକ୍ଷୀ ମାଧୁରୀ ବେହେରା ପି.ଭେଙ୍କେଟ ରାମାଣା ଓ ଅନ୍ୟାନ୍ୟ ବିଭାଗ କର୍ମଚାରୀ ସହଯୋଗ କରିଥିଲେ ।

Exit mobile version