ନମ୍ବର ବିହୀନ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ : ୨ ଟ୍ରାକ୍ଟର ଜବତ

ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ହିଞ୍ଜିଳିଥାନା ଅଞ୍ଚଳରେ ନିଶାର୍ଦ୍ଧ ରାତ୍ରରେ ଋଷିକୂଲ୍ୟା ନଦୀ ପଠାର ବିଭିନ୍ନ ସ୍ଥାନରୁ ନିୟମିତ ଭାବେ ବାଲି ଚୋରା ଚାଲାଣ ହେଉଥିବା ଜଣାପଡିଛି।ବାଲି ଚୋରା ଚାଲାଣ ଏବେ ଚୋରା ବ୍ୟବସାୟୀଙ୍କ ପାଇଁ କୁଟୀର ଶିଳ୍ପରେ ପରିଣତ ହୋଇଛି।ନିଶାର୍ଦ୍ଧ ରାତ୍ରରେ ଚୋରା ଚାଲାଣ ଏବେ ବାଲି ମାଫିଆଙ୍କ ପାଇଁ ସହଜ ଓ ପ୍ରକୃଷ୍ଠ ସମୟ ପାଲଟିଛି।ଏପରି ସ୍ଥଳେ ବାଲି ଚୋରା ଚାଲାଣରୁ ହଜାର ହଜାର ଟଙ୍କା ଅସୁଲ କରି ଚୋରା ବାଲି ଚାଲାଣ କାରୀ ମାଲାମାଲ ହେଉଥିବା ବେଳେ କିଛି ହାତଗୁଂଜା ଦେଇ ପ୍ରଚୁର ପରିମାଣରେ ବାଲି ଚାଲାଣ ଏବେ ନିତିଦିନିଆ ଘଟଣା ପାଲଟିଛି।

ସବୁଠାରୁ ଉଲ୍ଲେଖ ଯୋଗ୍ୟ ପ୍ରସଙ୍ଗ ହେଲା ରାଜନୈତିକ ଛତ୍ର ଛାୟା ତଳେ ରହି କିଛି ନିର୍ବାଚିତ ପ୍ରତିନିଧିଙ୍କ ସମ୍ପର୍କୀୟ ଓ ସମର୍ଥକ ପରିବହନ ବିଭାଗ ର କାଗଜପତ୍ର ନ ଥାଇ ଏପରି ଚୋରା ଚାଲାଣରେ ସକ୍ରିୟ ଥିବା ଜଣାପଡିଛି । ଏପରିକି ନମ୍ବର ବିହୀନ ଟ୍ରାକ୍ଟର ବ୍ୟବହାର କରି ବାଲି ଚୋରା ଚାଲାଣ ହେଉଥିବା ବେଳେ ହିଞ୍ଜିଳି ଥାନା ପୋଲିସ ବାଲି ବୋଝେଇ ୨ ଟ୍ରାକ୍ଟର ଘଟଣାରୁ ସ୍ପଷ୍ଟ ହୋଇଛି।ସୂଚନା ମୁତାବକ ହିଞ୍ଜିଳିଥାନା ପିତଳ ଅଞ୍ଚଳରେ ରାତ୍ର ପାଟ୍ରୋଲିଂ ବେଳେ ହିଞ୍ଜିଳି ପୋଲିସ ୨ ବାଲି ବୋଝେଇ ଟ୍ରାକରକୁ ଜବତ କରିଛି।ଜବତ ୨ ଟ୍ରାକ୍ଟର ମଧ୍ୟରେ (ଓଆର ୦୭ ୱାଇ ୪୧୩୬) ନମ୍ବର ବିଶିଷ୍ଟ ହୋଇଥିଲା ବେଳେ ଅନ୍ୟ ଟ୍ରାକ୍ଟରଟି ନମ୍ବର ବିହୀନ ଥିବା ଜଣାପଡିଛି।

ପୋଲିସ ବାଲି ଚୋରା ଚାଲାଣରେ ଲିପ୍ତ ଥିବା ୨ ଟ୍ରାକ୍ଟରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।ନମ୍ବର ବିହୀନ ଟ୍ରାକ୍ଟରଟିଦୀର୍ଘ ଦିନ ଧରି ଏଭଳି ବେଆଇନ ଭାବେ ବାଲି ଚୋରା ଚାଲାଣରେ ଲିପ୍ତ ଥିବା ବେଳେ ଜଣେ ରାଜନୈତିକ ନେତାଙ୍କ ନିକଟ ସମ୍ପର୍କୀୟ ବୋଲି ସୂଚନା ମିଳିଛି। ଜିଲ୍ଲା ପରିବହନ ବିଭାଗ ଓ ସ୍ଥାନୀୟ ପୋଲିସ ପ୍ରଶାସନ ବେଆଇନ ଭାବେ ବାଲି ଚୋରା ଚାଲାଣ ବେଳେ ଜବତ ହୋଇଥିବା ୨ ଟ୍ରାକ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନା କୋହଳ ନୀତି ଅବଲମ୍ବନ କରିବ ତାହା ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Exit mobile version