Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଓ ଯୁଗ୍ମ ସଚିବଙ୍କ ହିଞ୍ଜିଳି ଗସ୍ତ : ମୋ ସରକାର ଓ ୫ଟି ଉପକ୍ରମରେ ବିକାଶ ପ୍ରକ୍ରିୟାକୁ ଗୁରୁତ୍ୱାରୋପ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ଏକ ନୂତନ ଓ ସମୃଦ୍ଧ ଓଡିଶା ଗଠନ ନିମନ୍ତେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଠା ଜାରି ରହିଛି । ଓଡିଶାକୁ ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ରୂପେ ପରିଣତ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବହୁକୋଟି ଟଙ୍କା ମୂଲ୍ୟର ଉନ୍ନୟନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ବିକାଶର ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ବହୁ ଉନ୍ନୟନ ମୂଳକ ପ୍ରକଳ୍ପକୁ ପ୍ରାଥମିକତା ଦିଆଯାଇଛି । ନିଜ ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଆବଶ୍ୟକ ଉନ୍ନୟନ ପ୍ରକଳ୍ପ ଗୁଡିକୁ ତ୍ୱରିତ ବେଗରେ ସମ୍ପୁର୍ଣ୍ଣ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ଆଲୋକୀକରଣ ଆଦି ଉନ୍ନୟନ କ୍ଷେତ୍ରରେ ଗୁରୁତ୍ୱାରୋପ କରି ଆବଶ୍ୟକତା ଅନୁଯାୟୀ ପ୍ରାଥମିକତା ଦେବା ସକାଶେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସମୟରେ ରାଜ୍ୟ ଓ ଜିଲ୍ଲାର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ହିଞ୍ଜିଳିକାଟୁକୁ ଘନ ଘନ ଗସ୍ତ କରି ମୋ ସରକାର ଓ ୫ଟି ଉପକ୍ରମ ଆଧାରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ନିତ ପାଇଁ ଆଲୋଚନା,ପର୍ଯ୍ୟାଲୋଚନା ଓ ସମୀକ୍ଷା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗୀୟ ପ୍ରମୁଖ ସଚିବ ଆର. ଭୀନିଲ କ୍ରୀଷ୍ଣା ଓ ସ୍ୱତନ୍ତ୍ର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ କରି ନିର୍ମାଣଧିନ ଉନ୍ନୟନ ପ୍ରକଳ୍ପ ଗୁଡିକୁ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ପ୍ରଥମେ ହିଞ୍ଜିଳିକାଟୁ ବ୍ଳକର ବେଲଗାଁ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ସହ ଆବଶ୍ୟକ ଚିକିତ୍ସା ସେବା ସର୍ମ୍ପକରେ ରୋଗୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ପରେ ବେଲେଶ୍ୱର ସ୍ୱାତକ ମହାବିଦ୍ୟାଳୟରେ ପହଞ୍ଚି ମହାବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ବୁଲି ଦେଖିଥିଲେ । ସେଠାରୁ ଶାସନଆମ୍ବଗାଁ ଓଡିଶା ଆଦଶଁ ବିଦ୍ୟାଳୟରେ ପହଞ୍ଚି ଶ୍ରେଣୀକକ୍ଷ ବୁଲି ଦେଖିବା ସହ ଶିକ୍ଷାଦାନ ସର୍ମ୍ପକରେ ଶିକ୍ଷାର୍ଥୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ସହ ଆଲୋଚନା କରିବା ସହ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ପରିଦର୍ଶନ କରିଥିଲେ । ସେଠାରୁ ଖରିଡା ପଞ୍ଚାୟତ ସ୍ଥିତ ଆରାଧ୍ୟ ଦେବୀ ମା’ କରେଇଶୁଣୀ ମନ୍ଦିରେ ପହଞ୍ଚି ମା’ଙ୍କୁ ଦର୍ଶନ ସହ କୃପାଲାଭ କରିଥିଲେ। ରୂପାନ୍ତରିତ ମନ୍ଦିର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ମନ୍ଦିରର ଆନୁସଙ୍ଗିକ ବ୍ୟବସ୍ଥା ସର୍ମ୍ପକରେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ହିଞ୍ଜିଳିକାଟୁ ପୌରାଞ୍ଚଳରେ ପହଞ୍ଚି ବସ ଟର୍ମନାଲ ନିକଟସ୍ଥ ନିର୍ମାଣଧିନ ମାର୍କେଟ କମ୍ପେ୍ଳକ୍ସ ବୁଲି ଦେଖିଥିଲେ। ପରେ ଆହାର କେନ୍ଦ୍ର, ରୋଷେଇଶାଳଓ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ । ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ପହଞ୍ଚି ନିର୍ମାଣଧିନ କୋଠା ବୁଲି ଦେଖିବା ସହ ପ୍ରସ୍ତାବିତ ଛାତ୍ରାବାସ ସକାଶେ ଜମି ଓ ସ୍ଥିତି ଅନୁଧ୍ୟାନ କରିଥିଲେ । ମହାବିଦ୍ୟାଳୟ ପରିସରରେ ଚାରାରୋପଣ କରିବା ସହ ପାଠାଗାରା ବୁଲି ଦେଖିଥିଲେ । ଶିକ୍ଷାଦାନ ସର୍ମ୍ପକରେ ଶିକ୍ଷାର୍ଥୀ ମାନଙ୍କ ସହ ଆଲୋଚନା କରିଥିଲେ । ମହାବିଦ୍ୟାଳୟ କୋଠା ନିର୍ମାଣ, ଅତ୍ୟାଧୁନିକ ଶିକ୍ଷାଦାନ ସର୍ମ୍ପକରେ ଅଧ୍ୟାପିକା ଡଃ. ସମ୍ପର୍ଣ୍ଣା ରାଣୀ ଦାଶଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ପୋଚିଲିମା ଖାମ୍ବେୟା ଦୋରା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ପହଞ୍ଚି ନିର୍ମାଣଧିନ ରୂପାନ୍ତରିତ ବିଦ୍ୟାଳୟ କୋଠା , ଶିକ୍ଷାଦାନ ଓ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା ସର୍ମ୍ପକରେ ଶିକ୍ଷାର୍ଥୀ ଓ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ । ସମରଝୋଳ ଗ୍ରାମକୁ ଯାଇ ନିର୍ମାଣଧିନ ପୋଖରୀ ସୌନ୍ଦର୍ଯ୍ୟକରଣ ବୁଲି ଦେଖିବା ସହ ବିଭିନ୍ନ ପ୍ରସଙ୍ଗରେ ପୂର୍ତ୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ. ବଙ୍କିମ ଚନ୍ଦ୍ର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ବୁରୁପୋଡା ପଞ୍ଚାୟତ ଶ୍ୟାମଳାଇ ମନ୍ଦିରରେ ମା’ଙ୍କ ଦର୍ଶନ କରିବା ସହ ରୂପାନ୍ତରିତ ମନ୍ଦିର ନିର୍ମାଣ କାର୍ଯ୍ୟ ଅଗ୍ରଗତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମନ୍ଦିର ପରିଚାଳନା କମିଟି ବୃନ୍ଦଙ୍କ ସହ ଆଲୋଚନା କରି ଶେରଗଡ ଗସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଓ ଯୁଗ୍ମ ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଓ କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026