ସୋସିଆଲ ମିଡିଆରେ ସକ୍ରିୟ ହେବାକୁ ଆହ୍ୱାନ
ନୟାଗଡ଼ ବ୍ଲକର ୨୯ ଟି ପଞ୍ଚାୟତ ଅଧିନରେ ରହିଥିବା ସମସ୍ତ ଗାଁରେ ନବୀନ ବିକାଶକୁ କିଭଳି ଋପରେଖ ଦିଆଯିବ, ତାହା ଉପରେ ଆଲୋଚନା କରିଥିଲେ ।

୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ନୟାଗଡ଼ ବିଜୁ ଜନତା ଦଳର ପକ୍ଷରୁ ଏକ ସାଂଗଠନିକ ଆଲୋଚନା ପର୍ବ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ସଭାରେ ପ୍ରଥମେ ବିଜେଡି କୃଷକ ଦଳ ସଭାପତି ସ୍ୱର୍ଗତ ଜଗନ୍ନାଥ ପଣ୍ଡାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ ।