ଡିପିଏସ କଳିଙ୍ଗରେ ପିତୃ ଦିବସ ପାଳିତ

 ୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ଫୁଲନଖରା ଅଢାଳିଆ ସ୍ଥିତ ଡିପିଏସ କଳିଙ୍ଗରେ ଶନିବାର ଦିନ ପିତୃ ଦିବସ ପାଳିତ ହୋଇଥିଲା । ପ୍ରଥମ ଶ୍ରେଣୀରେ ଅଧ୍ୟୟନରତ କୁନିକୁନି ଛାତ୍ରଛାତ୍ରୀ ମାନେ ହଉଲାସ ପରିବେଶ ମଧ୍ୟରେ ବାପାଙ୍କ ସହ ଖେଳିବା, ବେଲୁନ ଫୁଟାଇବା,ସହ ସେଲଫି ନେବା,ପୋଷ୍ଟର ତିଆରି କରିବା ଆଦି କାର୍ଯ୍ୟ କରିଥିଲେ ।

ଏହି ଉପଲକ୍ଷେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନିଜର ପ୍ରିୟ ସୁପର ହିରୋ ବାପାଙ୍କ ଉଦ୍ଦେଶ୍ୟରେ ହୃଦୟପର୍ଶୀ ସଂଗୀତ ପରିବେଷଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଭାବକ ମାନଙ୍କୁ ଡିପିଏସ କଳିଙ୍ଗର ଅଧ୍ୟକ୍ଷା ଅନୁରାଧା ରକ୍ଷୀତ ବିଦ୍ୟାଳୟ ତରଫରୁ କୃତଞତା ଞାପନ କରିଥିଲେ ।

Exit mobile version