କଟକ ସହର ଛତ୍ରବଜାର ଅଞ୍ଚଳ କେତେ ସ୍ୱଛ ଟିକେ ଦେଖନ୍ତୁ

 ୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ  :-  କଟକ ସହରକୁ ସ୍ୱଛ ପରିଷ୍କାର ରଖିବା ପାଇଁ ସିଏମସି ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏଥିରେ ପାଇଁ ଘରୋଇ ସଂସ୍ଥା ରାମକିକୁ ସ୍ୱଛତା ପାଇଁ ଟେଣ୍ଡର ଦିଆଯାଇଛି । ପ୍ରତିଦିନ ଶୁଖିଲା ଏବଂ ଓଦା ବରଜ୍ୟ ବସ୍ତୁକୁ ଉଠାଇବା ପାଇଁ ବିଭିନ୍ନ ୱ।ର୍ଡ଼ର ସାହି ସାହି ବୁଲି ଅଳିଆ ଗାଡ଼ି ଅଳିଆ ନେଉଛି । କଟକ ସହରକୁ ସ୍ୱଛତା ପାଇଁ ଏକନମ୍ବର ସହରର ମାନ୍ୟତା ହାସଲ ପାଇଁ , ପ୍ରତିଦିନ ଅଳିଆ ଆବର୍ଜନାକୁ ଉଠାଉଥିବା ଗାଡ଼ିରେ ଲଗାଯାଇଥିବା ମାଇକ୍ ଯୋଗେ ପ୍ରଚାର କରାଯାଉଛି ।

ହେଲେ କଟକ ସହରର ପ୍ରମୁଖ ପନି ପରିବା ମାର୍କେଟ ଭାବେ ପରିଚିତ, ଛତ୍ରବଜାର ର ଦୃଶ୍ୟକୁ ଟିକେ ଜନ ସାଧାରଣ ଭଲଭାବରେ ନଜର ପକାନ୍ତୁ । ଦେଖନ୍ତୁ ଏହି ଅଞ୍ଚଳ କେତେ ସ୍ୱଛ । ଏଠାକୁ ପ୍ରତିଦିନ ହଜାର ହଜାର ଲୋକ ପନିପରିବା କିଣିବାକୁ ଆସିଥାନ୍ତି । ହେଲେ ଏଠାକାର ପରିବେଶ କେତେ ସ୍ୱଛ ଏହି ଛବିରୁ ସ୍ପଷ୍ଟ ବାରିହୋଇ ପଡୁଛି ।

ସିଏମସି ମେୟର ଏବଂ କମିଶନରଙ୍କୁ କଣ ସମୟ ମିଳୁନି, ଛତ୍ରବଜାର ଅଞ୍ଚଳର ପରିବେଶ କିପରି ଅଛି ଟିକେ ବୁଲି ଦେଖି ଯିବା ପାଇଁ । ସେହିପରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟ ପାଇଁ କାମ ଚାଲିଛି । ହେଲେ ଏହି କେନାଲକୁ ଅଳିଆ ଆବର୍ଜନା ମଧ୍ୟ ପକାଯାଉଛି । ଏହାର ପ୍ରତିକାର ପାଇଁ ସିଏମସି କତ୍ତୃପକ୍ଷଙ୍କ ପକ୍ଷରୁ ସେଭଳି ଆଗ୍ରହ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । କେବେ ସିଏମସି କତୃପକ୍ଷ ଏଦିଗରେ ପଦକ୍ଷେପ ନେଉଛନ୍ତି ଦେଖିବାକୁ ଲୋକେ ଅପେକ୍ଷା କରିଛନନ୍ତି ।

Exit mobile version