କନିକା ରେଞ୍ଜ କାର୍ଯ୍ୟାଳୟ ତରଫରୁ ତାଳଚୁଆ ଓ କେ୍ରୁଆ ପାଳ ରେ କୁମ୍ଭୀର ପ୍ରତି ସଚେତନତା ପଥପ୍ରାନ୍ତ ନାଟକ

 ୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡ଼ା/ରାଜନଗର :- କେନ୍ଦ୍ରାପଡ଼ା ଜିଲ୍ଲାର ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ ରାଜନଗର ବ୍ଲକ ରେ ରହିଥିବା ଜାତୀୟ ଉଦ୍ୟାନ ଭିତରକନିକା କୁ ସଂଯୋଗ କରିଥିବା ବଙ୍ଗୀୟ ଅଧୁଷିତ ଅଞ୍ଚଳ ମଧ୍ୟରେ ଅନ୍ୟତମ ତାଳଚୁଆ ଏବଂ ଦୋଳସାହି ବଜାର ରେ କନିକା ରେଞ୍ଜ ତରଫରୁ ବଉଳା କୁମ୍ଭୀର ପ୍ରତି ସଚେତନତା କାର୍ଯକ୍ରମ ସମ୍ପର୍କିତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମରେ ତାଳଚୂଆ ଏବଂ କେରୁଆପାଳ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବଜାର କୁ ଆସିଥିବା ଶତାଧିକ ସଂଖ୍ୟାରେ ଲୋକେ ଉପସ୍ଥିତ ରହି ପଥ ପ୍ରାନ୍ତ ନାଟକ କୁମ୍ଭୀର ଓ ମଣିଷ ଉପରେ ସତର୍କତା ଅଵଲମ୍ବନ ନକଲେ କିପ୍ରକାର କୁମ୍ଭୀର ର ଶିକାର ହେବାକୁ ପଡିଥାଏ, l ତେବେ ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ ଙ୍କ ସମେତ ବହୁତ ସ୍କୁଲ ଛାତ୍ର ଓ ଛାତ୍ରୀ ଉପସ୍ଥିତ ରହି ଭର ପୁର ମଜା ନେଉଥିଲେ,।

Exit mobile version