Home ଓଡ଼ିଶା ଝିନ ହେଲେ କୋରାପୁଟ ଜିଲା ବିଜେଡି ସଭାପତି,ପ୍ରଶାନ୍ତ କାର୍ଯ୍ୟକାରୀ ସଭାପତି : ଇଶ୍ଵରଙ୍କୁ ରାଜ୍ୟ ସମ୍ପାଦକ ଦାୟିତ୍ଵ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :- କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଭାବେ ପୁର୍ବତ୍ତନ ସାଂସଦ ଝିନ ହିକକାଙ୍କୁ ଦଳପକ୍ଷରୁ ନିଯୁକ୍ତ କରାଯାଇଛି । ଜିଲ୍ଲା ବିଜେଡି ପକ୍ଷରୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଜଣଙ୍କୁ ମିଳିବ ବୋଲି ଯାହା ପର୍ବାନୁମାନ କରାଯାଉଥିଲା ତାହା ସତ ହୋଇଛି । କିଛି ବର୍ଷ ହେଲା ଇଶ୍ବର ପାଣିଗ୍ରାହୀ ଜିଲ୍ଲା ସଭାପତି ରହି ଆସିଥିଲେ। ସେ କୋରାପୁଟ ସେଣ୍ଟ୍ରାଲ କୋଃପରଟିଭ ବ୍ଯାଙ୍କର ସଭାପତି ଭାବେ ନିର୍ବାଚିତ ହେବା ପରେ ଜିଲ୍ଲା ସଭାପତି ଭାବେ ଝିନ ହିକକାଙ୍କୁ ଅବସ୍ଥାପିତ କରାଯିବା ନେଇ କିଛି ମାସ ହେଲା ଚର୍ଚ୍ଚା ହେଉଥିଲା। ଇଶ୍ବରଙ୍କ ପର୍ବରୁ ଜୟରାମ ପାଙ୍ଗିଙ୍କୁ ଦଳରୁ ନିଲମ୍ବିତ କରାଯିବା ପରେ ଝିନଙ୍କୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି କରାଯାଇଥିଲା। ସେହିପରି ପୁର୍ବତ୍ତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଜୟପୁରରୁ ଲଗାଇ ପରାଜୟ ହୋଇ ଆସୁଥିବା କାରଣରୁ ଇଶ୍ବର ପାଣିଗ୍ରାହୀ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସନ୍ତା ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେବାକୁ ଆଶାବାନ୍ଧି ଥିବା ଜଣାପଡ଼ିଛି। ଏପରିକି କିଛି ରାଜ୍ଯ ସ୍ତରୀୟ ନେତୃବୃନ୍ଦଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି। ପୁର୍ବତ୍ତନ ସାଂସଦ ଝିନ ଙ୍କ ବଦଳରେ ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀରୁ ପୁର୍ବତ୍ତନ ବିଧାୟକ ତଥା ରାଜ୍ଯ ସଧାରଣ ସମ୍ପାଦକ ଥିବା କୈଳାସ ଚନ୍ଦ୍ର କୁଲେସିକାଙ୍କୁ ଦଳ ପ୍ରାର୍ଥୀ କରିବାନେଇ ଏକ ପ୍ରକାର ସ୍ଥିର ହୋଇ ସାରିଥିବା ଶୁଣାଯାଉଛି। ସେଥିପାଇଁ ଝିନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଗୁଆ ଭାବେ ଦଳ ତାଙ୍କୁ ଜିଲ୍ଲା ସଭାପତି କରି ଥିବା ଚର୍ଚ୍ଚା ହେଉଛି। ଝିନ୍ନଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଏପରି ସେ ଲକ୍ଷ୍ମୀପୁର ବ୍ଲକରେ ଜଳ ବିଭାଜିକା ବିଭାଗରେ କାର୍ଯ୍ଯରତ ଥିବା ବେଳେ ୨୦୦୯ ମସିହାରେ ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀରୁ କାଶୀପୁର ବ୍ଲକକୁ ଅଲଗା କରାଯାଇ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ଦଶମନ୍ତପୁର ବ୍ଲକକୁ ସାମିଲ୍ କରାଯିବା ପରେ ବିଜେଡ଼ିରେ ଅନେକ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଝିନ ହିକକାଙ୍କୁ ଦଳ ଟିକେଟ୍ ଦେଇଥିଲା ଓ ସେ ଜିତିଥିଲେ। ୨୦୧୨ ମସିହାରେ ମାଓବାଦୀ ମାନଙ୍କ ଦ୍ଵାରା ଅପହୃତ ହେବା ସହିତ ମାସାଧିକ କାଳ ମାଓ କବଳରେ ରହିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯ ଝିନ୍ନଙ୍କ ଲକ୍ଷ୍ମୀପୁର ସ୍ଥିତ ତାଙ୍କ ଘରକୁ ଯାଇଥିଲେ ପରିବାରକୁ ସମବେଦନା ଜଣାଇଥିଲେ । ସେହିପରି ୧୦୧୪ ରେ କୋରାପୁଟ ଲୋକସଭା ଆସନରୁ ଝିନଙ୍କୁ ପ୍ରାର୍ଥୀ କରାଯାଇଥିଲା ବେଳେ ସେ ଜିତିକରି ଆସିଥିଲେ। କିନ୍ତୁ ୨୦୧୯ ରେ ଝିନ ପ୍ରାର୍ଥୀ ନହୋଇ ତାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା, କୌଶଲ୍ଯା ପ୍ରାୟ ୪ ହଜାର ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ବିଜୟୀ ହୋଇଥିଲେ। ସେହିପରି ସଂଗଠନ କୁ ସୁଦୃଢ କରିବା ପାଇଁ ଯୁବ ଭାବେ ପରିଚିତ ପ୍ରଶାନ୍ତ ଗୁପ୍ତାଙ୍କୁ ଜିଲ୍ଲା କାର୍ଯ୍ଯକାରୀ ସଭାପତି ଭାବେ ଦାୟିତ୍ବ ମିଳିଥିଲା ବେଳେ ଇଶ୍ବର ପାଣିଗ୍ରାହୀଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି। Categories: ଓଡ଼ିଶା, କୋରାପୁଟ, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026